ଗଞ୍ଜାମ: ଭୁବନେଶ୍ୱର, ଭଦ୍ରକ ପରେ ଗଂଜାମ ଜିଲ୍ଲାରେ ମଧ୍ୟ ଲାଗୁ ହୋଇଛି ସଟଡାଉନ୍ । ଦିନ ୧୨ଟାରୁ ପର ଦିନ ସକାଳ ୭ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ କେତେ ଦିନ ଏହି ସଟଡାଉନ୍ ରହିବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଗଂଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ଆଜି ଠାରୁ ଏହି ସଟଡାଉନ୍ ଲାଗୁ କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ରାସ୍ତାରେ ଗୋଟିଏ ବି ବାଇକ ଗାଡିବ ନାହିଁ । ଯଦି କେହି ଏହି ନିର୍ଦ୍ଦେଶକୁ ଖିଲାପ କରନ୍ତି ତେବେ ତାଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ପଡିବ । ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିିବ । ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧି ବାହାରିବାକୁ କୁହାଯାଇଛି । ଏଥିସହ ଥଣ୍ଡା ହୋଇଥିଲେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଉଭୟ ପରିବା ଓ ରାସନ ସାମଗ୍ରୀ ଶତ ପ୍ରତିଶତ ଡୋର ଟୁ ଡୋର ଡେଲିଭରି ହେବ । ସେହିପରି ଯିଏ ବି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ ସେମାନେ ଚାଲି ଚାଲି ଯାଇ କିଣିବେ । ସବୁ ମେଡ଼ିସିନ ଷ୍ଟୋର ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ୧୦୦ ମିଟରରେ ଗୋଟିଏ ମେଡ଼ିସିନ ଦୋକାନ ଖୋଲାରହିବ । ମେଡିକାଲ ଓପିଡ଼ି ବନ୍ଦ ରଖାଯାଇଥିବାବେଳେ ଯାହାକୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ସେମାନେ ପ୍ରଶାସନ ପକ୍ଷରୁ ଜାରି ଟେଲିଫୋନ ନମ୍ବରରୁ ଡାକ୍ତରୀ ସହାୟତା ପାଇପାରିବେ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.