ଗଞ୍ଜାମ: ଭୁବନେଶ୍ୱର, ଭଦ୍ରକ ପରେ ଗଂଜାମ ଜିଲ୍ଲାରେ ମଧ୍ୟ ଲାଗୁ ହୋଇଛି ସଟଡାଉନ୍ । ଦିନ ୧୨ଟାରୁ ପର ଦିନ ସକାଳ ୭ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ କେତେ ଦିନ ଏହି ସଟଡାଉନ୍ ରହିବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଗଂଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ଆଜି ଠାରୁ ଏହି ସଟଡାଉନ୍ ଲାଗୁ କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ରାସ୍ତାରେ ଗୋଟିଏ ବି ବାଇକ ଗାଡିବ ନାହିଁ । ଯଦି କେହି ଏହି ନିର୍ଦ୍ଦେଶକୁ ଖିଲାପ କରନ୍ତି ତେବେ ତାଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ପଡିବ । ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିିବ । ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧି ବାହାରିବାକୁ କୁହାଯାଇଛି । ଏଥିସହ ଥଣ୍ଡା ହୋଇଥିଲେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଉଭୟ ପରିବା ଓ ରାସନ ସାମଗ୍ରୀ ଶତ ପ୍ରତିଶତ ଡୋର ଟୁ ଡୋର ଡେଲିଭରି ହେବ । ସେହିପରି ଯିଏ ବି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ ସେମାନେ ଚାଲି ଚାଲି ଯାଇ କିଣିବେ । ସବୁ ମେଡ଼ିସିନ ଷ୍ଟୋର ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ୧୦୦ ମିଟରରେ ଗୋଟିଏ ମେଡ଼ିସିନ ଦୋକାନ ଖୋଲାରହିବ । ମେଡିକାଲ ଓପିଡ଼ି ବନ୍ଦ ରଖାଯାଇଥିବାବେଳେ ଯାହାକୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ସେମାନେ ପ୍ରଶାସନ ପକ୍ଷରୁ ଜାରି ଟେଲିଫୋନ ନମ୍ବରରୁ ଡାକ୍ତରୀ ସହାୟତା ପାଇପାରିବେ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.