ଅନୁଗୁଳ:ଅନୁଗୁଳ ସହରରେ ଗୁଳିକାଣ୍ଡ । ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ପ୍ରଥମେ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି ।
ଘଟଣାସ୍ଥଳରେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଥାଉକି, ଭବାନୀ ଶଙ୍କର ପ୍ରଧାନ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଜଣେ ବନ୍ଧୁ ବିଶ୍ଵଜିତ ମିତ୍ର ଶିକ୍ଷକପଡା ସ୍ଥିତ ଇକୋ ପାର୍କ ସମ୍ମୁଖରେ ଛିଡା ହୋଇଥିଲେ । ଏହି ସମୟରେ ଏକ ମୋଟରସାଇକେଲରେ ହଠାତ ତିନି ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଜଣେ ଏକ ବନ୍ଧୁକରୁ ଭବାନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଭବାନୀଙ୍କ ପେଟରେ ବାଜିଥିଲା। ଏହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ଏକ ଲୁହା ରଡରେ ବିଶ୍ୱଜିତଙ୍କୁ ମଧ୍ୟ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଭବାନୀ ଓ ବିଶ୍ଵଜିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।