Latest Odisha News

BREAKING NEWS

ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ପୋଲିସ ବଢାଇଲା ସୁରକ୍ଷା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିବା ସୂଚନା ରହିଛି । ଆଜି ଭୋର ୫ଟା ସମୟରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ମୋଟରସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଏହି ସମୟରେ ସଲମାନ ଖାନ୍ ଖରେ ଥିବା ସୂଚନା ରହିଛି ।

ଏହା ପୂର୍ବରୁ ଅନେକ ଥର ମଧ୍ୟ ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମିଳିଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏକ ଟେଲିଭିଜନ ସାକ୍ଷାତକାରରେ ସେ ଖୋଲାଖୋଲି କହିଥିଲେ ଯେ, ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଉଦ୍ଦେଶ୍ୟ ।

ତେବେ କିଏ ଓ କାହିଁକି ସଲମାନଙ୍କ ଘର ଆଗରେ ଗୁଳିମାଡ କଲା ତାର କାରଣ ଅସ୍ପଷ୍ଟ ରହିଛି । ସଲମାନଙ୍କୁ ଡରାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ନା ଆଉ କିଛି ଏନେଇ ମୁମ୍ବାଇ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.