Latest Odisha News

BREAKING NEWS

ବିଜେପିର ସଂକଳ୍ପ ପତ୍ର, ଆଉ ୫ ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ କଂଗ୍ରେସ ତାର ଇସ୍ତାହାର ଜାରି କାରିସାରିଥିବା ବେଳେ ଆଜି ବିଜେପି ଜାରି କରିଛି ତା’ର ସଂକଳ୍ପ ପତ୍ର । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ ।

ତେବେ ଏହି ‘ସଂକଳ୍ପ ପତ୍ର’ରେ ବିଜେପି ୧୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି । ସାଧାରଣତଃ କୃଷକ, ମହିଳାଙ୍କ ଉପରେ ଫୋକସ୍ କରିଛି ଦଳ । ସଂକଳ୍ପ ପତ୍ର ଉନ୍ମୋଚନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆଜିର ଦିନ ଅତ୍ୟନ୍ତ ଶୁଭ ଦିନ । ଆଜି ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି । ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି । ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ । ‘ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି କହିଛନ୍ତି ମୋଦୀ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ଗରିବ ହୁଅନ୍ତୁ କିମ୍ବା ମଧ୍ୟମ ବର୍ଗୀୟ ହୁଅନ୍ତୁ, ଉପକୃତ ହେବେ । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚିବ। ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ। ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ। ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି ଭାବେ ମାନ୍ୟତା ଦିଆଯିବ। ମହିଳା ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୋଦୀ।

 

Leave A Reply

Your email address will not be published.