Latest Odisha News

BREAKING NEWS

ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହେଲେ ଧର୍ମଗୁରୁ ଗୁରମିତ ରାମ ରହିମ। ଶୁକ୍ରବାର ରଞ୍ଜିତ ସିଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁରମିତ। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

BjdElectrycity

ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କୋର୍ଟ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ସିଂ ଏବଂ ଅନ୍ୟ ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ରାମ ରହୀମଙ୍କ ସମର୍ଥକ ରଞ୍ଜିତ ସିଂଙ୍କୁ ଜୁଲାଇ ୧୦, ୨୦୦୨ ରେ ହତ୍ୟା କରାଯାଇଥିଲା। ଡିସେମ୍ବର ୩, ୨୦୦୩ ରେ ସିବିଆଇ ହତ୍ୟା ମାମଲାରେ ଏଫଆଇଆର ପଞ୍ଜିକରଣ କରିଥିଲା।

ଆସନ୍ତା ଅକ୍ଟୋବର ୧୨ ରେ ସମସ୍ତ ଦୋଷୀଙ୍କୁ ଦଣ୍ଡ ଘୋଷଣା କରାଯିବ ବୋଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଘୋଷଣା କରିବେ।

ଗୁରୁମିତ ରାମ ରହୀମ ସିଂ ତାଙ୍କର ଦୁଇଜଣ ମହିଳା ଶିଷ୍ୟଙ୍କ ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଅଗଷ୍ଟ ୨୦୧୭ ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Leave A Reply

Your email address will not be published.