Latest Odisha News

BREAKING NEWS

କୁଖ୍ୟାତ ଆତଙ୍କବାଦୀ, ଖଲିସ୍ତାନୀ ନେତା ଗୁରପତୱନ୍ତ ସଡକ ଦୁର୍ଘଟଣାରେ ନିହତ !

ନ୍ୟୁୟର୍କ: ଭାରତରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ଆମେରିକାରେ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଟ୍ୱିଟରରେ ଖବର ପ୍ରକାଶ ପାଇବା ପରେ ଏହା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆମେରିକାର ୧୦୧ ହାଇୱେରେ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି । ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନାହିଁ । ଓଡିଶା ସମ୍ବାଦ ପକ୍ଷରୁ ମଧ୍ୟ ଏ ନେଇ ପୃଷ୍ଟି କରାଯାଉ ନାହିଁ । ପନ୍ନୁ ଦୀର୍ଘ ସମୟ ହେବ ଅଣ୍ଡରଗ୍ରାଉଣ୍ଡ ରହି ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା । ୨୦୨୦ରେ ୟୁଏପିଏ ନିୟମ ଅନୁସାରେ ଭାରତ ସରକାର ତାଙ୍କୁ ଆତଙ୍କବାଦୀ ଘୋଷିତ କରିଥିଲା । ହରଦୀପ ସିଂ ନିଜ୍ଜର, ଅବତାର ସିଂ ଖାଣ୍ଡାଙ୍କ ମୃତ୍ୟୁ ପରେ ପନ୍ନୁ ଭୟରେ ଲୁଚି କରି ରହିଥିଲା ।

ଖଲିସ୍ତାନରେ ହିମାଚଳ ପ୍ରଦେଶ ଓ ଉତରାଖଣ୍ଡକୁ ସାମିଲ କରିବା ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଧମକ ଦେଉଥିଲା । ବିଦେଶରେ ରହୁଥିବା ଶିଖମାନଙ୍କୁ ସେ ପ୍ରବର୍ତାଇ ଖଲିସ୍ତାନ ଆନ୍ଦୋଳନରେ ସାମିଲ କରୁଥିଲା । ଆଇଏସଆଇଠାରୁ ଅର୍ଥ ନେଇ ସେ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲା । ଅମ୍ରିତସରର ଖାନକୋଟ ଗ୍ରାମରେ ପନ୍ନୁ ଜନ୍ମ ଗ୍ରହଣ କରିଥିଲେ । ସେ ପରେ ବିଦେଶ ଯାଇ ଖଲିସ୍ତାନୀ ଆନ୍ଦୋଳନକୁ ତୀବ୍ର କରିଥିଲା ।

Comments are closed.