Latest Odisha News

BREAKING NEWS

ଆଗକୁ ଆସୁଛି କଙ୍ଗନାଙ୍କ ୩ ଫିଲ୍ମ, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନିତ ୩ଟି ଫିଲ୍ମ ଖୁବ୍‌ଶୀଘ୍ର ରିଲିଜ୍ ହେବ । ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ଏହି ତିନି ମାସରେ ୩ଟି ଯାକ ଫିଲ୍ମ ପରଦାକୁ ଆସିବ । ସେପ୍ଟେମ୍ବରରେ ‘ଚନ୍ଦ୍ରମୁଖୀ’, ‘ଅକ୍ଟୋବରରେ ‘ତେଜସ୍‌’ ଏବଂ ନଭେମ୍ବରରେ ‘ଇମରଜେନ୍ସ’ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି । ଏହିସବୁ ଫିଲ୍ମକୁ ଦେଖିବା ପାଇଁ ପ୍ରଶସଂକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବୁଧବାର କଙ୍ଗନାଙ୍କ ଫିଲ୍ମ ‘ତେଜସ୍‌’ର ରିଲିଜ ତାରିଖ ଘୋଷଣା କରାଯାଇଛିି । ଏହି ଫିଲ୍ମ ଅକ୍ଟୋବର ୨୦ ତାରିଖରେ ରିଲିଜ୍ ହେବ । ଏନେଇ କଙ୍ଗନା ସୋସିଆଲ ମିଡ଼ିଆରେ ଫିଲ୍ମର ପୋଷ୍ଟର ସେୟାର କରିବା ସହ ଏହି ସୂଚନା ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ଜଣେ ବାୟୁସେନା ପାଇଲଟ ଭୂମିକାରେ ନଜର ଆସିବେ । ସେୟାର କରିଥିବା ପୋଷ୍ଟରଗୁଡ଼ିକରେ ସେ ବାୟୁସେନା ୟୁନିଫର୍ମରେ ଦେଖିବାକୁ ମିଳିଛି । କଙ୍ଗନାଙ୍କ ଏହି ଫିଲ୍ମର ଶୁଟିଂ ୨୦୨୦ରୁ ଆରମ୍ଭ ହୋଇଥିଲେ ମଧ୍ୟ କରୋନା ଯୋଗୁ ଫିଲ୍ମ ବିଳମ୍ବରେ ଶେଷ ହୋଇଛି । ଏବେ ରିଲିଜ୍ ପାଇଁ ପ୍ରସ୍ତୁତ ଚଳାଇଛି ।

ସେହିପରି ସେପ୍ଟେମ୍ବରରେ ‘ଚନ୍ଦ୍ରମୁଖୀ’ ଏବଂ ନଭେମ୍ବରରେ ‘ଇମରଜେନ୍ସ’ ରିଲିଜ ହେବ ।

Leave A Reply

Your email address will not be published.