Latest Odisha News

BREAKING NEWS

Kisses Covers Car: ଭାଇରାଲ୍ ନିଶାରେ କାର୍‌କୁ ୩,୪୦୦ କିସ୍‌ କଲେ ଗଲଫ୍ରେଣ୍ଡ୍! ଗଣିଲେ ତଣ୍ଡ…ଶେଷରେ ପୋଲିସ୍‌ ପୋଛିଲା ଲିପଷ୍ଟିକ୍ ଦାଗ!

ଗ୍ୱାଲିଅର୍: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଜଣେ ଯୁବକ ନିଜ କାର୍‌କୁ ‘କିସିଂ କାର୍’ରେ ପରିଣତ କରି ରିଲ୍‌ ତିଆରି କରିଥିଲେ। କାର୍‌ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍‌ର ଚୁମ୍ବନ ଚିହ୍ନ। ରିଲ୍‌ଟି ମଧ୍ୟ ଖୁବ୍‌ ଶୀଘ୍ର ଭାଇରାଲ୍ ହୋଇ ୨୪ ଘଣ୍ଟାରେ ୫୫ ଲକ୍ଷରୁ ଅଧିକ ଭ୍ୟୁ ପାଇଥିଲା।

ରିଲ୍‌ରେ ଦେଖାଯାଇଥିବା ଧଳା ମାରୁତି ସୁଜୁକି ସ୍ୱିଫ୍ଟ କାର୍‌ର ନମ୍ବର ପ୍ଲେଟ୍‌ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା। ଏହାକୁ ଆଧାର କରି ଟ୍ରାଫିକ୍ ପୋଲିସ୍ କାର୍‌ଟିକୁ ଚିହ୍ନଟ କରିଥିଲେ।

ଗ୍ୱାଲିଅର୍‌ର ଆଦିତ୍ୟ ସିକରୱାର୍ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍ ରିଲ୍‌ ପାଇଁ ଏହି ଅଜବ ଷ୍ଟଣ୍ଟ କରିଥିଲେ। ତାଙ୍କ ଜଣେ ମହିଳା ବନ୍ଧୁ ଲାଲ୍ ଲିପଷ୍ଟିକ୍‌ ବ୍ୟବହାର କରି କାର୍‌ର ବନେଟ୍‌, ଦ୍ୱାର ସମେତ ପ୍ରାୟ ସାରା ଗାଡ଼ିରେ ୩,୪୦୦ଟି ଚୁମ୍ବନ ଚିହ୍ନ ଦେଇଥିଲେ। ଏହି କାମ କରିବାକୁ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିଥିଲା। ଏହା ପରେ ଆଦିତ୍ୟ କାର୍‌ଟିକୁ ରାସ୍ତାରେ ଚଳାଇ ରିଲ୍‌ ପାଇଁ ଭିଡିଓ କରିଥିଲେ। ଭିଡିଓରେ କାର୍‌ଟି ଦ୍ରୁତ ଗତିରେ ଚାଲୁଥିବା ମଧ୍ୟ ଦେଖାଯାଇଥିଲା।

ରିଲ୍‌ଟି ଭାଇରାଲ୍ ହେବା ପରେ ଏହା ଗ୍ୱାଲିଅର୍ ଟ୍ରାଫିକ୍ ପୋଲିସ୍‌ର ନଜରକୁ ଆସିଥିଲା। କାର୍‌ର ରେଜିଷ୍ଟ୍ରେସନ୍ ନମ୍ବର MP07 CC 9452 ଦେଖାଯାଉଥିବାରୁ ପୋଲିସ୍ ଗାଡ଼ିକୁ ଟ୍ରେସ୍ କରିଥିଲେ। ପରେ ଥାଟିପୁର ଅଞ୍ଚଳରୁ କାର୍‌ଟିକୁ ଜବତ କରାଯାଇ ଆଦିତ୍ୟଙ୍କୁ ଟ୍ରାଫିକ୍ ଥାନାକୁ ଡକାଯାଇଥିଲା।

ପୋଲିସ୍‌ ଷ୍ଟେସନ୍‌ରେ ଆଦିତ୍ୟ ନିଜ ଭୁଲ୍ ସ୍ୱୀକାର କରିଥିବା ଜଣାପଡ଼ିଛି। ଏପରିକି ପୋଲିସ୍ ତାଙ୍କୁ ଥାନା ଭିତରେ ନିଜ କାର୍‌ରୁ ସମସ୍ତ ୩,୪୦୦ ଲିପଷ୍ଟିକ୍ ଚିହ୍ନ ପାଣିରେ ସଫା କରିବାକୁ କହିଥିଲା। ଶେଷରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଏବଂ ଅସାବଧାନତାର ସହ ଗାଡ଼ି ଚଳାଇବା ଅଭିଯୋଗରେ ତାଙ୍କ ଉପରେ ୫,୫୦୦ ଟଙ୍କାର ଚାଲାଣ କଟାଯାଇଛି।

ଯାହାର ଭିଡିଓ ଏବେ ବି ଇଣ୍ଟରନେଟରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ମଜେଦାର କମେଣ୍ଟ୍ସ କରିଛନ୍ତି ୟୁଜର୍ସ । ଜଣେ ୟୁଜର୍ ଲେଖିଛନ୍ତି, “ଏତେ ଗୁଡ଼ିଏ କିସ୍ ଗଣିଲା କିଏ ?”, ଅନ୍ୟ ଜଣେ ଲେଖିଛନ୍ତି, “ଏହା ପ୍ରେମ ନୁହେଁ, ପାଗଳାମି ।” ଲୋକମାନେ କହିଛନ୍ତି ଯେ, ଆଜିକାଲି ଫେମସ୍ ହେବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି ।

Comments are closed.