Latest Odisha News

ଜ୍ଞାନ ପଟ୍ଟନାୟକ ‘ଓସା’ ର ସଭାପତି ନିର୍ବାଚିତ

ଚିକାଗୋ : ବିଶିଷ୍ଟ ଆଇ. ଟି . ବିଶେଷଜ୍ଞ ଜ୍ଞାନ ପଟ୍ଟନାୟକ ‘ଓଡ଼ିଶା ସୋସାଇଟି ଅଫ ଆମେରିକାଜ’ ( ଓସା)ର ନୂଆ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ଅନଲାଇନରେ ଅନୁଷ୍ଠିତ ଏହି ବହୁ ଚର୍ଚ୍ଚିତ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ନିଉ ଇଂଲଣ୍ଡ ସ୍ଥିତ ସୌର ମହାପାତ୍ରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ସେହିପରି ମିଚ୍ଚିଗାନର ଅକ୍ଷୟ ରାୟ କାଲିଫର୍ଣ୍ଣିଆର ସୁନୀଲ ସାବତଙ୍କୁ ହରେଇ ଉପସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ପ୍ରମୋଦ ମହାପାତ୍ର ଓସାର ସମ୍ପାଦକ ନିର୍ବାଚିତ ହୋଇଥିବା  ବେଳେ ପ୍ରାଚୀ ବେହେରା କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।

ଏହି ଅବସରରେ ‘ବିଶ୍ୱ ଓଡ଼ିଆ ସମାଜ’ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇଛନ୍ତି।

‘ଓସା’ର ନୂଆ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨୦୨୧ ରୁ ୨୦୨୩ ପର୍ଯ୍ୟନ୍ତ ରହିବ । ଓସାର ବାର୍ଷିକ ଅଧିବେଶନରେ ନବ ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଦାୟିତ୍ୱ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ‘ଓସା’ ଆମେରିକାର ସର୍ବପୁରାତନ ଓଡ଼ିଆ ସଙ୍ଗଠନ ଏବଂ ଏହାର ୧୯ଟି ପ୍ରାଦେଶିକ ଶାଖା ରହିଛି।

Leave A Reply

Your email address will not be published.