Latest Odisha News

BREAKING NEWS

ହିମାଳୟର ଆଉ ଏକ ରହସ୍ୟମୟ ସ୍ଥାନ ଜ୍ଞାନଗଂଜ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଭାରତରେ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ଆସେ ନାହିଁ । ହିମାଳୟ ପାଦ ଦେଶରେ ଥିବା ଏହି ରହସ୍ୟମୟ ସ୍ଥାନର ନାମ ହେଲା ଜ୍ଞାନଗଂଜ ମଠ । ଏହା ଅଂଚଳର ଅନ୍ୟ ନାମ ହେଲା ଶାଂଗ୍ରୀଲା ଓ ଶମ୍ଭାଲା । ସାଧାରଣ ମଣିଷ ଏଠାକୁ ଯିବା ମନା । ସେହିପରି ସାଟେଲାଇଟ ଏବଂ ଅନ୍ୟ ମ୍ୟାପିଂ ଟେକ୍ନାଲୋଜି ମଧ୍ୟ ଏହି ସ୍ଥାନକୁ ଚିହ୍ନଟ କରିପାରୁ ନାହିଁ । ପ୍ରାଚୀନ ଭାରତ ଓ ତିବ୍ଦତର କାହାଣୀ ଏହାକୁ ବେଶ ରହସ୍ୟମୟ ଓ ରୋମାଂଚିତ କରିଥାଏ । ଏବେ ବି ଏହି ସ୍ଥାନ ସାଧାରଣ ମଣିଷ ପାଇଁ ସ୍ୱପ୍ନ ସଦୃଶ । ଲୋକକଥା ଅନୁସାରେ ଏଠାରେ ପୂର୍ବେ ମୁନୀ, ଋଷିମାନେ ତପସ୍ୟା କରିବାକୁ ଆସୁଥିଲେ । ଏପରିକି ରାମାୟଣ ଏବଂ ମହାଭାରତ ଗ୍ରନ୍ଥରେ ଏହି ସ୍ଥାନ ସମ୍ପର୍କରେ ଉଲ୍ଲେଖ ରହିଛି ।

ତିବ୍ଦତୀୟ ଏବଂ ବୌଦ୍ଧ ଧର୍ମୀ ଲୋକଙ୍କ ମତରେ ଏଠାରେ ଭଗବାନ ବୁଦ୍ଧ କାଳଚକ୍ର ଜ୍ଞାନ ହାସଲ କରିଥିଲେ । ବୌଦ୍ଧ ଧର୍ମର ଲୋକମାନେ ଏଠାକୁ ଯିବା ପାଇଁ ସର୍ବଦା ଉଦ୍ୟମ କରିଥିଲେ ମଧ୍ୟ କେହି ଏହାର ରାସ୍ତା ପାଇ ନାହାନ୍ତି । ଏହି ମଠରେ ରହୁଥିବା ସାଧୁମାନେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ହୋଇଥାନ୍ତି । ସେମାନେ ନିଜ ଭାବନାକୁ ମଧ୍ୟ ନିୟନ୍ତ୍ରଣ କରିପାରିଥାନ୍ତି ଓ ଯୋଗ ବିଦ୍ୟାରେ ପାରଙ୍ଗମ ହୋଇଥାନ୍ତି । ଏଠିକି ଯିଏ ଆସିଛି ସେ ଅମର ହୋଇ ରହିଛି । ହିମାଳୟର ବରଫ ଏବଂ ମାରାତ୍ମାକ ସ୍ଥାନକୁ କିପରି ସାଧୁ ସନ୍ୟାସୀମାନେ ଯାଆନ୍ତି ସେହି ରହସ୍ୟ ମଧ୍ୟ ଉଜାଗର ହୋଇପାରୁ ନାହିଁ ।

Comments are closed.