Latest Odisha News

BREAKING NEWS

ଜ୍ଞାନୀ ଦେବାଶିଷ ମିଶ୍ର ଏବଂ ସତ୍ୟଜିତ ଦାସ ପାଇବେ ‘ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାର ବିକାଶ ପାଇଁ କାର୍ଯ୍ୟ କରୁଥିବା ତାଳପଦେଶ୍ୱରୀ ସାହିତ୍ୟ ଆସରର ରଜତ ଜୟନ୍ତୀର ଉଦଯାପନ ଉତ୍ସବ ସେପ୍ଟେମ୍ବର ମାସ ୧୦ ଓ ୧୧ ରେ ଆୟୋଜିତ ହେବ ବୋଲି ଆସରର ସଦସ୍ୟ ଏବଂ ଅଭ୍ୟର୍ଥନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ରେଭେନ୍ସା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ୨୦୨୧ ପାଇଁ ଏବଂ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସତ୍ୟଜିତ ଦାସଙ୍କୁ ‘ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ’ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

ଗତବର୍ଷ ଏହି ସମାରୋହ କରୋନାର ପ୍ରଭାବ ପାଇଁ ଆଭାସୀ ମାଧ୍ୟମରେ ଉଦ୍ଘାଟିତ ହୋଇଥିଲା ଏବଂ ଏହାର ଉଦଯାପନୀ ଉତ୍ସବରେ ବହୁ ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆୟୋଜକ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.