Latest Odisha News

BREAKING NEWS

ଲୌସାନେ ଡାଇମଣ୍ଡ ଲିଗରେ ଇତିହାସ ରଚିଲେ ଭାରତର ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଲୌସାନେ ଡାଇମଣ୍ଡ ଲିଗରେ ଭାରତ ପାଇଁ ଇତିହାସ ରଚିଛନ୍ତି । ନୀରଜ ୮୯.୦୮ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗ ମିଟିଂ ଜିତିଛନ୍ତି । ଏଥିସହ ସେ ଡାଇମଣ୍ଡ ଲିଗ ଫାଇନାଲକୁ କ୍ୱାଲିଫାଇ କରିଛନ୍ତି । ଏହା ଆସନ୍ତା ବର୍ଷ ସୁଇଜରଲାଣ୍ଡର ଜ୍ୟୁରିକରେ ୭ ଓ ୮ ସେପ୍ଟେମ୍ବରରେ ଆୟୋଜିତ ହେବ । ନୀରଜ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୱାର୍ଲ୍ଡ ଆଥଲେଟିକ୍ସ ଜାଭେଲିନ ଫାଇନାଲରେ ନୀରଜ ଆଘାତପ୍ରାପ୍ତ ହୋଇଥିଲେ । ସେ ତାଙ୍କ ଜଙ୍ଘରେ ପଟି ଗୁଡେଇଥିବା ଦେଖିବାକୁ ମିଳିଥିଲା ।

ନୀରଜ ୮୮.୧୩ ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ଏହା ପରେ ଏମଆରଆଇ ସ୍କାନରେ ତାଙ୍କ ଗ୍ରୋଇନ ଆଘାତ କଥା ଜଣା ପଡିଥିଲା । ସେଥିପାଇଁ ତାଙ୍କୁ ମାସେ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଯାହା ଫଳରେ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିପାରି ନ ଥିଲେ ।
ଡାଇମଣ୍ଡ ଲିଗରେ ନୂତନ ରେକର୍ଡ: ଷ୍ଟକହୋମରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ନୀରଜ ୮୯.୯୪ ମିଟର ସହ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ।

Leave A Reply

Your email address will not be published.