Latest Odisha News

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: ରିପୋର୍ଟ ଦାଖଲ କଲା ASI

ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବିଜ୍ଞାନଭିତ୍ତିକ ସର୍ଭେ ରିପୋର୍ଟ ଦାଖଲ କଲା ଏଏସଆଇ। ବାରାଣାସୀ କୋର୍ଟରେ ବନ୍ଦ ଲଫାପାରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇଥିଲା ସର୍ଭେ ।

ଡିସେମ୍ବର ୧୧ ତାରିଖରେ ସର୍ଭେ ଶେଷ କରିବାକୁ କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା ଏଏସଆଇ । କୋର୍ଟ ମଧ୍ୟ ଏଏସଆଇକୁ ଆଉ ୧୦ ଦିନ ଅଧିକ ପ୍ରଦାନ ଦେଇଥିଲେ । ୧୮ ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ ଶେଷ ତାରିଖ ପ୍ରଦାନ କରାଯାଇଥିଲା । ରିପୋର୍ଟକୁ ସାର୍ବଜନୀନ ସହ ଓ ଏହାର କପି ମାମଲାର ସମସ୍ତ ପକ୍ଷଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ହିନ୍ଦୁପକ୍ଷ କୋର୍ଟରେ ଆବେଦନ କରିଥିଲେ । ମାତ୍ର ଏହି ରିପୋର୍ଟ କେବଳ ମୁଦ୍ଦା ଲଫାପାରେ କୋର୍ଟରେ ହିଁ ଦାଖଲ ହୋଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଗଷ୍ଟ ୪ତାରିଖରେ ପ୍ରତ୍ନତାତ୍ତ୍ବିକ ବିଭାଗ ଏହି ବିଜ୍ଞାନ ଭିତ୍ତିକ ସର୍ଭେ ଆରମ୍ଭ କରିଥିଲା । ନିର୍ଦ୍ଧାରିତ ସମୟଠାରୁ ସର୍ଭେ ଶେଷ କରିବା ବିଳମ୍ବ ହୋଇଥିଲା । ପ୍ରାୟ ୧୦୦ ଦିନ ପରେ ଏହି ସର୍ଭେ ଶେଷ ହୋଇଛି । ଏବେ ସର୍ଭେର ସଂସ୍ଥା କଣ ଦର୍ଶାଇଛି, ତା’ ଉପରେ ପରବର୍ତ୍ତୀ ପ୍ରକ୍ରିୟା ନିର୍ଭର କରୁଛି ।

ଏହି ମସଜିଦ ପରିସର ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରହିଥିବା ଜଣାପଡିଛି । ମନ୍ଦିର ଧ୍ବଂସ କରାଯାଇ ଏହାର ଢାଞ୍ଚା ଉପରେ ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ମସଜିଦ କମ୍ପ୍ଲେକ୍ସ ମଧ୍ୟରେ ଏକ ଶିବ ଲିଙ୍ଗ ମଧ୍ୟ ଠାବ ହୋଇଥିବା ଦାବି ହୋଇଛି । ଏହି ଶିବଲିଙ୍ଗ ମିଳିଥିବା ସ୍ଥାନରେ ପୂଜାର୍ଚ୍ଚନା ଅନୁମତି ଦେବା ପାଇଁ ଏକ ପୃଥକ ମାମଲା ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି । ସାଇଣ୍ଟିଫିକ ସର୍ଭେ ହେଲେ ମସଜିଦ ଢାଞ୍ଚାକୁ କ୍ଷତି ପହଞ୍ଚିବ ବୋଲି ମୁସଲିମ ପକ୍ଷ ତର୍କ ରଖିଥିଲେ । ରିପୋର୍ଟ ଆଧାରରେ କୋର୍ଟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।

Comments are closed.