Latest Odisha News

BREAKING NEWS

ଆଜିଠୁ ଖୋଲିବ ଜିମ ଓ ଯୋଗ ସେଣ୍ଟର; କ’ଣ ରହିଛି ଗାଇଡ଼ଲାଇନ, ଜାଣନ୍ତୁ

ଭୁବନେଶ୍ୱର: ଅନଲକ୍ ୩.୦ ଗାଇଡ଼ଲାଇନ ଅନୁଯାୟୀ ଆଜିଠୁ ଖୋଲିବ ଯୋଗ ଏବଂ ଜିମ୍ ସେଣ୍ଟର । ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି।

ଏହି ଗାଇଡ଼ଲାଇନ ଅନୁଯାୟୀ ଯୋଗ ଓ ଜିମ୍ ସେଣ୍ଟରରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିବା ଆବଶ୍ୟକ ।

ପ୍ରତ୍ୟେକ ବ୍ୟକ୍ତିଙ୍କ ହିସାବରେ ଚାରି ବର୍ଗ ମିଟର ସ୍ଥାନ ରହିବା ଦରକାର।

ସାମାଜିକ ଦୂରତା ପାଇଁ ମେସିନ ଓ ଅନ୍ୟ ଜିନିଷ ମଧ୍ୟରେ ଦୂରତା ରହିବା ଆବଶ୍ୟକ।

ସେଣ୍ଟର ଭିତରକୁ ଯିବା ଆଉ ଆସିବା ପାଇଁ ଅଲଗା ଅଲଗା ଦ୍ୱାର ରହିବ ଆବଶ୍ୟକ । ଏହାବ୍ୟତିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରନ୍ତୁ ଏବଂ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ।

କମ୍ କର୍ମଚାରୀଙ୍କ ସହ ଜିମ ଖୋଲିବା ଆବଶ୍ୟକ ।

ଫିଟନେସ୍ ରୁମ୍ ଏବଂ କ୍ଲାସ ସେଶନରେ ୧୫ ରୁ ୩୦ ମିନିଟ ବ୍ୟବଧାନ ରହିବା ଉଚିତ୍। ଟ୍ରେନରଙ୍କୁ ମଧ୍ୟ ୬ ଫୁଟ ଦୂରତା ନିୟମ ମାନିବାକୁ ପଡିବ ।

ଅନ୍ୟପଟେ ୬୫ ବର୍ଷରୁ ଅଧିକ ବୟସର ଲୋକ, ଗର୍ଭବତୀ ମହିଳା, ଗୁରୁତର ରୋଗୀ ଏବଂ ୧୦ ବର୍ଷରୁ କମ ଶିଶୁଙ୍କ ପାଇଁ ଜିମ ମନା।

Leave A Reply

Your email address will not be published.