Latest Odisha News

BREAKING NEWS

ବଢ଼ୁଛି ମାମଲା: ୩ ଦିନ ଯାଏଁ ଏହି NAC ରେ ସଟଡାଉନ ଘୋଷଣା

ଢେଙ୍କାନାଳ: ସ୍ଥାନୀୟ ଅଞ୍ଚଳରୁ ୪୦ ରୁ ଅଧିକ କୋଭିଡ ମାମଲା ଚିହ୍ନଟ ହେବା ପରେ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ତିନି ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରୁ ୮ ତାରିଖ ଯାଏଁ ଏହି ସଟଡାଉନ କଟକଣା ବଳବତ୍ତର ରହିବ। ମଙ୍ଗଳବାର ଜିଲ୍ଲାରୁ ଚିହ୍ନଟ କରୋନା ମାମଲା ମଧ୍ୟରୁ ପାଞ୍ଚଟି ସ୍ଥାନୀୟ ମାମଲା ରହିଛି। ଏହାସହ ୩୧ ଟି ଭୁବନ ଏନଏସି ଏବଂ ୩ ଟି କାମାଖାନଗର ଏନଏସିରୁ ଏବଂ ଅବଶିଷ୍ଟ ୨୭ ଟି ଭୁବନ (୪), କଙ୍କଡାହାଡ଼ (୭), ଗନ୍ଦିଆ (୫) ଏବଂ ସଦର ବ୍ଲକ (୧) ରୁ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.