Latest Odisha News

BREAKING NEWS

କୋଟିପତି ଡାକ୍ତର ସୁକାନ୍ତ ଜେନା ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତପ ସୁକାନ୍ତ ଜେନା ଗିରଫ ହୋଇଛନ୍ତି । ପ୍ରସବ ପାଇଁ ଜଣେ ପ୍ରସୂତୀଙ୍କ ସମ୍ପର୍କୀୟଙ୍କଠାରୁ ଡାକ୍ତର ସୁକାନ୍ତ ଜେନା ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା ଭିଜିଲାନ୍ସ ।

ଚଢ଼ାଉ ବେଳେ ତାଙ୍କ ଘରୁ ବିଡ଼ା ବିଡ଼ା ନୋଟ୍ ମିଳିଥିଲା । କୋଟିଏ ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏତେ ଟଙ୍କା ହାତରେ ଗଣିବା ସମ୍ଭବ ହୋଇ ନଥିଲା । ମେସିନ୍ ମଗାଇ ହିସାବ କରିଥିଲା ଭିଜିଲାନ୍ସ ଟିମ୍ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଜଣେ ଡାକ୍ତରଙ୍କ ଘରୁ କୋଟିଏରୁ ଅଧିକ ଟଙ୍କା ମିଳିବା ଭିଜିଲାନ୍ସ ଟିମ୍ ଓ ସାରା ରାଜ୍ୟବାସୀଙ୍କୁ ତାଜୁବ କରିଛି ।

ଡାକ୍ତର ସୁକାନ୍ତ ଜେନାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ରାଜ୍ୟର ଆଉ କେଉଁଠି ଘର, ପ୍ଲଟ୍ ରହିଛି ସେନେଇ ଖୋଳତାଡ ଚାଲିଛି । ହିସାବ ପରେ ସ୍ପଷ୍ଟ ହେବ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ଡାକ୍ତର ସୁକାନ୍ତ ଜେନା ।

Comments are closed, but trackbacks and pingbacks are open.