Latest Odisha News

ଟ୍ରମ୍ପ ସରକାରଙ୍କ ଏଚ-୧ବି ଭିସା ନିୟମରେ କୋହଳ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏଚ-୧ବି ଭିସା ନିୟମରେ କୋହଲ କରିବା ନେଇ ଘୋଷଣା କରିଛନ୍ତି । ଏଚ-୧ବି ଭିସାଧାରୀ ଆମେରିକା ଆସି କାମ କରିବା ନେଇ ପ୍ରଶାସନ ଅନୁମତି ଦେଇଛି । ଲକଡାଉନ ପୂର୍ବରୁ ନନ ଇମିଗ୍ରାଂଟ ୱାର୍କରମାନେ ପୁନର୍ବାର ସେମାନଙ୍କ କାମରେ ଯୋଗ ଦେଇପାରିବେ ବୋଲି କହିଛନ୍ତି । ସେହିପରି ଏକତ୍ର କାମ କରୁଥିବା ପତି କିମ୍ବା ପତ୍ନୀ ଆମେରିକା ଆସି ପାରିବେ ।

ଜୁନରେ ଟ୍ରମ୍ପ ସରକାର ଏହା ଉପରେ କଟକଣା ଲଗାଇଥିଲେ । ବିଦେଶୀମାନେ ଆସି ଆମେରିକାବାସୀଙ୍କ ଚାକିରୀ ନେଇ ଯାଉଥିଲେ ବୋଲି ସେ କହିଥିଲେ । ଏହି ଭିସା ମାଧ୍ୟମରେ ଆମେରିକୀୟ କମ୍ପାନୀଗୁଡିକ ବିଭିନ୍ନ ଦେଶର ନାଗରିକଙ୍କୁ ନିଯୁକ୍ତି ଦେଇଥାନ୍ତି ।

Leave A Reply

Your email address will not be published.