Latest Odisha News

BREAKING NEWS

ମାସେ ପରେ ଗେହଲଟ-ପାଇଲଟ କୋଳାକୋଳି

ଜୟପୁର: ପୁଣି କଂଗ୍ରେସ ଫ୍ଲାଇଟକୁ ଫେରିଲେ ପାଇଲଟ । ଗେହଲଟଙ୍କ ବିମାନରେ ବସିଲେ ସଚିନ । ଗେଟିଏ ମାସର ଟଣାଓଟରା ପରେ ଦଳକୁ ଫେରିଲେ ପ୍ରଦଶେ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ । ବାଦ ବିବାଦ, ମାତାନ୍ତର ଓ ଆରୋପ ପ୍ରତ୍ୟାରୋପ ଭୁଲି ହୋଇଛି ପାଇଲଟ ଓ ଗେହଲଟଙ୍କ ଭେଟ୍‌ଘାଟ । ଆଜି ସନ୍ଧ୍ୟାରେ ସଚିନ ପାଇଲଟ୍‌ ଓ ଅଶୋକ ଗେହଲଟ୍‌ ଭେଟାଭେଟି ହୋଇ ପରସ୍ପରକୁ ମୁରୁକି ହସା ଦେବା ସହ କରମର୍ଦ୍ଦନ କରିଛନ୍ତି। ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଜୟପୁରସ୍ଥିତ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଛି ।

ଏହି ବୈଠକ ଠିକ୍ ପୂର୍ବରୁ ଅଶୋକ ଗେହଲଟ ଟ୍ଵିଟ୍ କରି ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଏକ ନୂତନ ଫର୍ମୁଲା ଦେଇଛନ୍ତି। ସେ ନିଜର ଏହି ଟ୍ଵିଟ୍‌ରେ ବିଧାୟକଙ୍କ ସନ୍ଦେଶ ଦେଇ ଲେଖିଛନ୍ତି ପାର୍ଟିର ସଂଘର୍ଷ ଏହା ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଗଣତନ୍ତ୍ର ବଞ୍ଚାଇବାର ଅଛି। ଗତ ଏକ ମାସରେ ପାର୍ଟିରେ ଯେଉଁ ସବୁ ଭ୍ରାନ୍ତ ଧାରଣା ଥିଲା, ଆମେ ସେ ସବୁକୁ ଭୁଲି ଗଣତନ୍ତ୍ରର ହିତରେ ଦେଶ ଓ ରାଜ୍ୟକୁ ଦୃଷ୍ଟିରେ ରଖି ଏହାକୁ କ୍ଷମା କରିବା ଏବଂ ବିବାଦକୁ ଭୁଲି ଯିବାର ଆବଶ୍ୟକତା ରହିଛି।

ଏହି ବୈଠକରେ ଯୋଗ ଦେବାକୁ ଏକ ବସ୍ ଯୋଗେ ସଚିନ୍ ପାଇଲଟ୍‌ଙ୍କ ସହ ତାଙ୍କର ଅନୁଗାମୀ ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ବ୍ୟତିତ, ଜୁଲାଇ ୧୭ ତାରିଖ ଦିନ ବହିଷ୍କାର ହୋଇଥିବା ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଉପରୁ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।

Leave A Reply

Your email address will not be published.