Latest Odisha News

BREAKING NEWS

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା ଦେଇଥିଲେ । ସେ ଯେବେ ବି ଏହି ଭଳି କିଛି ଘୋଷଣା କରିଛନ୍ତି ତାହା ପ୍ରଶଂସକଙ୍କୁ ଚକିତ କରିଛି । ଏହି ଘୋଷଣା ମାଧ୍ୟମରେ ଧୋନୀ କାଳେ ଆଇପିଏଲରୁ ଅବସର ନେଇଯିବେ କଥା ଭାବି ଚିନ୍ତାରେ ରହିଥିଲେ ପ୍ରଶଂସକ । ରବିବାର ଧୋନୀ ଠିକଣା ସମୟରେ ତାଙ୍କ ଘୋଷଣା କରିବାକୁ ଲାଇଭ ଆସିଥିଲେ । ମାତ୍ର ତାଙ୍କ ଘୋଷଣା ପ୍ରଶଂସକଙ୍କୁ ଚକିତ ଏବଂ ବ୍ୟଥୀତ କରିଥିଲା ।

ଓରିଓ ବିସ୍କୁଟର ବିଜ୍ଞାପନ ପାଇଁ ଧୋନୀ ଏ ଭଳି ପାଲା କରିଥିଲେ । ଯାହା କି ତାଙ୍କ ସ୍ତରର କ୍ରିକେଟର ପାଇଁ ଶୋଭା ଦିଏନି । ପ୍ରଶଂସକଙ୍କ ଗୋଟିଏ ପ୍ରଶ୍ନ ଥିଲା ହ୍ୱାଏ ସାର ହ୍ୱାଏ ? ୨୦୨୦ ଅଗଷ୍ଟ ୧୫ରେ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ୩୫୦ ଦିନିକିଆ, ୯୮ ଟି୨୦ ଓ ୯୦ ଟେଷ୍ଟ ଖେଳି ଓଭରାଲ ୧୭୨୬୭ ରନ କରିଛନ୍ତି । ଏଥିରେ ୧୦୮ ଅର୍ଦ୍ଧଶତକ ଓ ୧୬ ଶତକ ସାମିଲ । ସେ ଆଇପିଏଲରେ ଦୀର୍ଘ ଦିନ ଧରି ଚେନ୍ନାଇ ସୁପର କିଙ୍ଗସ ଟିମ ସହିତ ଜଡିତ ଅଛନ୍ତି ।

Leave A Reply

Your email address will not be published.