Latest Odisha News

ଶୀତ ଦିନରେ କେଶର ଯତ୍ନ ଏପରି ନିଅନ୍ତୁ..

ଭୁବନେଶ୍ବର: ଶୀତ ଆସିଲେ ତ୍ବଚା କ’ଣ କେଶବି ରୁକ୍ଷ ହୋଇଯାଏ । ଏଥିସହ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖିବାକୁ ମିଳେ । ତେଣୁ ଏହି ଋତୁରେ କେଶର ଖାସ୍ ଯତ୍ନ ନେବାକୁ ପଡେ ।

ଆସନ୍ତୁ ଜାଣିବା କେଶର ଯତ୍ନ କିପରି ନେବା..

-ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ ମାଲିସ କରନ୍ତୁ। ଭୃଙ୍ଗରାଜ,ଅଁଳା,ବ୍ରାହ୍ମୀ ଓ ରାଇସ୍‌ ବ୍ରାନ୍‌ ତେଲ କେଶରେ ଲଗାଇପାରିବେ। ରୋଜ୍‌ମେରୀ ଭଳି ତେଲକୁ ନଡ଼ିଆତେଲ କିମ୍ବା ଅନ୍ୟ ତେଲରେ ମିଶାଇ ଲଗାନ୍ତୁ।

-କେଶକୁ ସୁସ୍ଥ ରଖିବା ପାଇଁ ବାଲାନ୍ସ ଡାଏଟ୍‌ ମଧ୍ୟ ଆବଶ୍ୟକ। ଭିଟାମିନ୍‌ ଏ କେଶ ମୂଳକୁ ମଶ୍ଚରାଇଜ୍‌ କରି ରଖିଥାଏ। ତେଣୁ ଗାଜର,ପାଳଙ୍ଗ ଓ କନ୍ଦମୂଳ ଆଦି କେଶ ପାଇଁ ବହୁତ ଭଲ। ଲେମ୍ବୁ,କମଳା ଆଦି ଖଟା ଫଳରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଥାଏ, ଯାହା କେଶକୁ ମଜବୁତ କରେ। ତେଣୁ ବିଭିନ୍ନ ପ୍ରକାର ସବୁଜ ପନିପରିବା ଓ ଫଳ ଅଧିକ ଖାଆନ୍ତୁ।

-ଅତ୍ୟଧିକ ଥଣ୍ଡା ପ୍ରଭାବରେ କେଶ ଅଧିକ ଶୁଷ୍କ ହୋଇଯାଏ। ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ କେଶକୁ ଭଲଭାବେ ଘୋଡ଼ାଇ ରଖନ୍ତୁ। ଶୀତଦିନେ ଗରମ ପାଣିରେ ସ୍ନାନ କରିବାକୁ ଭଲଲାଗେ, କିନ୍ତୁ ଏହା କେଶ ପାଇଁ କ୍ଷତିକାରକ। ଗରମ ପାଣି ପ୍ରଭାବରେ କେଶର ପ୍ରାକୃତିକ ତୈଳ ଅଂଶ ନଷ୍ଟ ହୋଇଯାଏ। ଫଳରେ କେଶ ରୁକ୍ଷ ଓ ଖରାପ ଦେଖାଯାଏ। ତେଣୁ କେଶକୁ ଅଳ୍ପ ଉଷୁମପାଣିରେ ଧୁଅନ୍ତୁ।ଶୀତଦିନେ ଅଧିକ ଥର ଶାମ୍ପୁ କରନ୍ତୁ ନାହିଁ। ଏହାଦ୍ୱାରା କେଶର ପ୍ରାକୃତିକ କୋମଳତା କମିଯାଇଥାଏ। କେଶର ଆବଶ୍ୟକତା ଅନୁସାରେ ସପ୍ତାହକୁ ଥରେ କିମ୍ବା ୨ଥର ଧୁଅନ୍ତୁ।

-ସପ୍ତାହକୁ ଥରେ ଡିପ୍‌ କଣ୍ଡିସନିଂ ଟ୍ରିଟ୍‌ମେଣ୍ଟ କରନ୍ତୁ।  କେଶ ଅଧିକ ଝଡୁଥିଲେ କେଶ ମୂଳରେ ନିୟମିତ ମାଲିସ୍‌ କରନ୍ତୁ।

 

 

Comments are closed.