Latest Odisha News

BREAKING NEWS

ହେୟାର କଲର ଲଗାଉଛନ୍ତି କି ! ନଷ୍ଟ ହୋଇପାରେ କେଶ….

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି  । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ କରିଥାନ୍ତି  । ଏଥିସହ ହେୟାର କଲର କରିବା ଆଜିକାଲିର ଫେସନ ପାଲଟି ଗଲାଣି   । କଣ ଆପଣ ଜାଣନ୍ତି ଏହି ହେୟାର କଲର ଯୋଗୁ ଆପଣଙ୍କ କେଶ ନଷ୍ଟ ହୋଇପାରେ  । ତେଣୁ କେଶ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ତେବେ ଜାଣନ୍ତୁ କଣ ପ୍ରଭାବ ପକାଇଥାଏ ଏହି ହେୟାର କଲର ।

ପ୍ରତିଦିନ ରାସାୟନିକ କେଶ ରଙ୍ଗର ବ୍ୟବହାର କରନ୍ତୁ ନାହିଁ  । କାରଣ ଏହି କେମିକାଲ ରଙ୍ଗ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ଯଦି ଆପଣଙ୍କର ଆଜ୍‌ମା ସମସ୍ୟା ଅଛି, ତେବେ ଆପଣ କେମିକାଲ କେଶ ରଙ୍ଗ ଲଗାଇବା ଉଚିତ୍ ନୁହେଁ । କାରଣ ଆଜମା ରୋଗୀମାନେ ରାସାୟନିକ ପଦାର୍ଥ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
କେଶରେ କେମିକାଲ ରଙ୍ଗ ଲଗାଇବା ଦ୍ୱାରା କେଶ ବୃଦ୍ଧି ବନ୍ଦ ହୋଇଯାଏ । ଯେଉଁଥିପାଇଁ କେଶ ଶୀଘ୍ର ବଢିପାରେ ନାହିଁ ।

ଚୁଟିରେ ହେୟାର କଲର ଲଗାଇବା ଦ୍ବାରା ରୁପି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏଥିସହ ଚର୍ମ ସମସ୍ୟା ସୃଷ୍ଟି କରିପାରେ ।

ସେଥିପାଇଁ ଏହାର ବ୍ୟବହାର କମ୍ କରିବା ଉଚିତ୍ ।

Leave A Reply

Your email address will not be published.