Latest Odisha News

ପୋଷ୍ଟ କୋଭିଡ୍‌ ରୋଗୀଙ୍କଠାରେ ଦେଖାଦେଇଛି ଆଉ ଏକ ନୂଆ ସମସ୍ୟା; ଜାଣନ୍ତୁ କ’ଣ କହନ୍ତି ଡାକ୍ତର

ନୂଆଦିଲ୍ଲୀ: କରୋନା ପରେ ଏବେ କେଶ ଝଡିବା ଭଳି ନୂଆ ସମସ୍ୟା ଦେଖାଦେଇଛି। ପୋଷ୍ଟ କୋଭିଡ୍‌ ରୋଗୀଙ୍କଠାରେ କେଶ ଝଡିବା ଭଳି ଏକ ନୂଆ ସମସ୍ୟା ଦେଖିବାକୁ ମିଳିଛି ବୋଲି ଡାକ୍ତରମାନେ ମତ ରଖିଛନ୍ତି।ମୁଖ୍ୟତଃ ଚାପ, ପୁଷ୍ଟିକର ଅଭାବ ଏବଂ ସଂକ୍ରାମକ ରୋଗ ଦ୍ବାରା ପ୍ରଦାହଜନକ ପ୍ରତିକ୍ରିୟା ହେତୁ ହୋଇଥାଏ କେଶ ଝଡିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି।

ସାଧାରଣତଃ ଜଣେ ବ୍ୟକ୍ତିର ଦିନକୁ ୧୦୦ କେଶ ଝଡିଥାଏ। କିନ୍ତୁ ଟେଲୋଜେନ୍ ଇଫ୍ଲୁଭିୟମ୍ କାରଣରୁ ଏହା ଦିନକୁ ୩୦୦ରୁ ୪୦୦ ପର୍ଯ୍ୟନ୍ତ ବଢିପାରେ।

“କରୋନା ପରେ କେଶ ଝଡିବା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିବା‌ ଦେଖିବାକୁ ମିଳିଛି। ପୁଷ୍ଟିକର ଖାଦ୍ୟର ଅଭାବ, ହରମୋନ୍ ବ୍ୟାଘାତ କାରଣରୁ ହୋଇଥିବା ଅଭାବ ଏବଂ ଭିଟାମିନ୍ ଡି ଏବଂ ବି୧୨ ସ୍ତର ହ୍ରାସ ହେତୁ ପୋଷ୍ଟ କୋଭିଡ୍‌-୧୯ ପରେ ବହୁ ପରିମାଣର କେଶ ଝଡିବାର ମୁଖ୍ୟ କାରଣ ବୋଲି ନୂଆଦିଲ୍ଲୀର ସିନିୟର କନ୍ସଲଟାଣ୍ଟ, କସମେଟିକ୍ ଏବଂ ପ୍ଲାଷ୍ଟିକ୍ ସର୍ଜନ୍‌ ଶାହିନ୍ ନୁରେୟେଜାଦାନ କହିଛନ୍ତି।

Comments are closed.