ଭୁବନେଶ୍ବର: ଯଦି ଆପଣଙ୍କ କେଶ ହଠାତ୍ ଝଡ଼ିବାକୁ ଆରମ୍ଭ କରେ ଏବଂ ଆପଣ କୌଣସି ନିର୍ଦ୍ଦିଷ୍ଟ କାରଣ ବୁଝିପାରୁନାହାଁନ୍ତି, ତେବେ ଏହା ସ୍କଲ୍ପ ସଂକ୍ରମଣ( (Scalp Infection) ) ଯୋଗୁଁ ହୋଇପାରେ। ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିନ୍ତୁ ଯେତେବେଳେ କେଶ ଶୀଘ୍ର ଝଡ଼ିବାକୁ ଲାଗେ ଏଥିସହ କୁଣ୍ଡାଇ ହେବା, ଜ୍ବଳନ ହୋଇଥାଏ ତେବେ ଏହା ସଂକ୍ରମଣର ଲକ୍ଷଣ ହୋଇପାରେ।
ଅନେକ ସମୟରେ ଲୋକମାନେ ଭାବନ୍ତି ଯେ କେଶ ଝଡ଼ିବା ଡ୍ୟାଣ୍ଡ୍ରଫ୍ କିମ୍ବା ପାଗ ପରିବର୍ତ୍ତନ ଯୋଗୁଁ ହୋଇଥାଏ। କିନ୍ତୁ ଯେତେବେଳେ ମୁଣ୍ଡରେ କୁଣ୍ଡେଇ ହେବା, ଜଳାପୋଡ଼ା, ଧଳା ଆବରଣ ହୁଏ ଏବଂ କେଶ ମୂଳରୁ ଛିଣ୍ଡିବା ଆରମ୍ଭ କରେ, ତେବେ ଏଗୁଡ଼ିକ ଫଙ୍ଗଲ୍ ସ୍କଲ୍ପ ସଂକ୍ରମଣ(fungal scalp infection symptoms)ର ଲକ୍ଷଣ ହୋଇପାରେ।
ବିଶେଷକରି ଯଦି କେଶ ପୁଳା ପୁଳା ହୋଇ ଝଡୁଛି ଏବଂ ମୁଣ୍ଡରେ ଲାଲ କ୍ଷତ ସୃଷ୍ଟି ହେଉଛି, ତେବେ ଏହା ଟିନିଆ କ୍ୟାପିଟିସ୍ (Tinea Capitis )କିମ୍ବା ଫଙ୍ଗଲ୍ ସଂକ୍ରମଣ ହୋଇପାରେ। ତେବେ ଏପରି ସଂକ୍ରମଣ କାହିଁକି ହୁଏ? ଏହାକୁ କିପରି ରୋକାଯାଇପାରିବ?
ସ୍କଲ୍ପ ସଂକ୍ରମଣ ଯୋଗୁଁ କେଶ ମୂଳ ଦୁର୍ବଳ ହୋଇଯାଏ, ଯାହା ଫଳରେ କେଶ ଝଡ଼ିଯାଏ। ଏହି ସଂକ୍ରମଣ ଫଙ୍ଗଲ, ଜୀବାଣୁ ଦ୍ୱାରା ହୋଇପାରେ। ବିଶେଷକରି ଟିନିଆ କ୍ୟାପିଟିସ୍ ନାମକ ଏକ ଫଙ୍ଗଲ୍ ସଂକ୍ରମଣ ହେଉଛି କେଶ ଝଡ଼ିବାର ମୁଖ୍ୟ କାରଣ।
ଅନେକ କାରଣ ଯୋଗୁଁ ସ୍କଲ୍ପ ସଂକ୍ରମଣ ହୋଇପାରେ-
-ମଇଳା କିମ୍ବା ଝାଳ ବୋହିଥିବା କେଶକୁ ବାରମ୍ବାର ନ ଧୋଇବା
-ଅନ୍ୟ କାହାର ପାନିଆ କିମ୍ବା ତଉଲିଆ ବ୍ୟବହାର କରିବା
-ଦୀର୍ଘ ସମୟ ପାଇଁ ଡ୍ୟାଣ୍ଡ୍ରାଫକୁ ଅଣଦେଖା କରିବା
-କେଶକୁ ଓଦା ରଖିବା (କେଶକୁ ଶୁଖିଲା ନ କରି ବାନ୍ଧିବା)
ଏହି ସମସ୍ୟାଗୁଡ଼ିକର ଚିକିତ୍ସା ପାଇଁ ପ୍ରଥମେ ସ୍କଲ୍ପ ସଂକ୍ରମଣ ଅନୁସାରେ ମୁଣ୍ଡକୁ ସଫା ଏବଂ ଶୁଖିଲା ରଖିବା ଉଚିତ। ମାଇଲ୍ଡ ଆଣ୍ଟି-ଫଙ୍ଗଲ୍ ସାମ୍ପୁ ବ୍ୟବହାର କରନ୍ତୁ ଏବଂ ଯଦି ସମସ୍ୟା ଗୁରୁତର ହୋଇଯାଏ ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ।
କିଛି ଲୋକ ନିମ ପାଣି, ଆଲୋଭେରା, ଟି ଟ୍ରି ଅଏଲ ଭଳି ଘରୋଇ ଉପଚାରରୁ ମଧ୍ୟ ଆରାମ ପାଆନ୍ତି, କିନ୍ତୁ ଗୁରୁତର କ୍ଷେତ୍ରରେ ମେଡିକାଲ ଚିକିତ୍ସା ଭଲ।
Comments are closed.