Latest Odisha News

BREAKING NEWS

ହାଇତି ରାଷ୍ଟ୍ରପତି ମୋଇସଙ୍କୁ ହତ୍ୟା, କମାଣ୍ଡରଙ୍କ ଉପରେ ସନ୍ଦେହ

ପୋର୍ଟ ଅଫ ପ୍ରିନ୍ସ: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ଆଜି କେତେକ ଆତତାୟୀ ଘରେ ପଶି ହତ୍ୟା କରିଛନ୍ତି । ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଇଛି । ପ୍ରଧାନ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା କ୍ଲାଉଡ ଜୋସେଫ ଏବେ ଦେଶର ମୁଖ୍ୟ କାର୍ଯ୍ୟ ଭାର ସମ୍ଭାଳିବେ ।

ମୋଇସଙ୍କ ସୁରକ୍ଷାରେ ନିୟୋଜିତ କମାଣ୍ଡୋ ଏଥିରେ ସାମିଲ ଅଛନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି । ହାଇତିର ଆର୍ଥୀକ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି । ୭ ବର୍ଷ ହେବ ମୋଇସ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇ ଆସୁଥିଲେ ।

Leave A Reply

Your email address will not be published.