Latest Odisha News

ଭାରତ ବିପକ୍ଷ କ୍ରିକେଟ ସିରିଜ ପୂର୍ବରୁ ଅବସର ଘୋଷଣା କରିବେ ଆଞ୍ଜେଲା ମାଥ୍ୟୁସ !

କଲମ୍ବୋ: ଭାରତ ବିପକ୍ଷ ସିରିଜ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟକୁ ଏକ ବଡ ଝଟକା ଲାଗିବାକୁ ଯାଉଛି । ରିପୋର୍ଟ ମୁତାବକ ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କାର ମହାନ ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସ କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଏଥିନେଇ ସେ ଶ୍ରୀଲଙ୍କା ବୋର୍ଡକୁ ଜଣାଇ ସାରିଛନ୍ତି । ବୋର୍ଡ ସିନିୟର ଖେଳାଳିଙ୍କୁ ବାରମ୍ବାର ଅଣଦେଖା କରୁଥିବାରୁ ମାଥ୍ୟୁସ ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ଏହି ସିରିଜରୁ ସେ ଓହରି ଯାଇଥିବା ବେଳେ ବୋର୍ଡ କିନ୍ତୁ ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି କହିଛି । କିଛି ଦିନ ତଳେ ବୋର୍ଡ ଉପରେ ଅସନ୍ତୁଷ୍ଟ ହୋଇ ଥିସରା ପେରିରା ମଧ୍ୟ କ୍ରିକେଟକୁ ଅଲବିଦା କହିଥିଲେ । ୨୦୦୮ରେ ମାଥ୍ୟୁସ ଜିମ୍ବାୱେ ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟସ୍ତରରେ ତାଙ୍କୁ ଅଲରାଉଣ୍ଡ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଥାନ୍ତି ।

Leave A Reply

Your email address will not be published.