Latest Odisha News

BREAKING NEWS

ସଂପୂର୍ଣ୍ଣ ଡିଜିଟାଲ୍ ହେବ ଭାରତରେ ହଜ୍ ୨୦୨୨ ପ୍ରକ୍ରିୟା

ନୂଆଦିଲ୍ଲୀ: ୟୁନି୍ଅନ୍‌ ମାଇନରିଟି ଆଫାୟାର୍ସ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ସମଗ୍ର ହଜ୍ ୨୦୨୨ ପ୍ରକ୍ରିୟା ୧୦୦ ପ୍ରତିଶତ ଡିଜିଟାଲ୍ ହେବ।

ସେ ଶନିବାର ମୁମ୍ବାଇର ହଜ୍ ହାଉସରେ ଏକ ଅନଲାଇନ୍ ବୁକିଂ ସୁବିଧା ଉଦ୍‌ଘାଟନ କରିଥିଲେ ଏବଂ ପରେ ଏକ ବିବୃତ୍ତିରେ କହିଛନ୍ତି ଯେ ଇଣ୍ଡୋନେସିଆ ପରେ ଭାରତ ଦ୍ୱିତୀୟ ବୃହତ୍ତମ ହଜ୍ ତୀର୍ଥଯାତ୍ରୀ ପଠାଉଛି।

ସେ କହିଛନ୍ତି ଯେ କୋଭିଡ-୧୯ ଏବଂ ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ୨୦୨୦ ବର୍ଷ ହଜ୍‌ ଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା।

Comments are closed.