Latest Odisha News

ଭିଜିଲାନ୍ସ ରେଡ୍: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଘରୁ ୯ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ପୂଜା ପୂର୍ବରୁ ଭିଜିଲାନ୍ସ ସ୍କାନରରେ ସରକାରୀ ଅଧିକାରୀ । ବିପୁଳ ପରିମାଣର ଟଙ୍କା ଧରି ଘରକୁ ଫେରିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଛି । ତାଙ୍କ ନାଁ ନରୋତ୍ତମ ବେହେରା । ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ବାଲେଶ୍ୱରରୁ ଗତକାଲି ଭୁବନେଶ୍ୱର ଆସୁଥିବା ବେଳେ ଟାଙ୍ଗି ଚେକ୍ ଗେଟ୍ ପାଖରେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ନରୋତ୍ତମ ବେହେରାଙ୍କଠାରୁ ନଗଦ ୮୯ ହଜାର ଟଙ୍କା ଜବତ ହୋଇଥିଲା । ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଏହାପରେ ନରୋତ୍ତମ ବେହେରାଙ୍କର ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ ।

ଖୋଳତାଡ ବେଳେ ଘରୁ ୯ଲକ୍ଷ ୨୫ ହଜାର ଟଙ୍କା ସହ ତାଙ୍କ ପାଖରୁ ମୋଟ୍ ୧୦ଲକ୍ଷ ୧୪ ହଜାର ଟଙ୍କା ମିଳିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନରୋତ୍ତମ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.