Latest Odisha News

ଜୀବିତ ଥାଇ ନିଜର କ୍ରିୟା କର୍ମ କଲେ ୭୦ ବର୍ଷୀୟ ବୃଦ୍ଧ

ଏଟା: ଉତରପ୍ରଦେଶର ଏଟା ଜିଲ୍ଲାରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୭୦ ବର୍ଷୀୟ ବୃ୍‌ଦ୍ଧ ଜୀବିତ ଥିବା ସତ୍ୱେ ନିଜର ମୃତ୍ୟୁପରର ସମସ୍ତ କ୍ରିୟା କର୍ମ କରିଛନ୍ତି । ହାକିମ ସିଂ ନାମକ ଏହି ବୃଦ୍ଧ ଗ୍ରାମବାସୀଙ୍କୁ ଦଶାହ ଓ ଏକାଦଶହ ଭୋଜି ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁସାରେ ମୋ ପରିବାର ଉପରେ ମୋର ଆଦୌ ଭରୋଷା ନାହିଁ । ମୁଁ ମରିବା ପରେ ସେମାନେ ଠିକରେ ଅନ୍ତ୍ୟେଷ୍ଟି କ୍ରିୟା କରିବେ କି ନାହିଁ ତାହା ମୁଁ ଜାଣିନି । ମୋର ପୁଅ, ଝିଅ ନାହିଁ । ଦୀର୍ଘଦିନ ଧରି ସନ୍ତାନ ନ ହେବାରୁ ପତ୍ନୀ ମଧ୍ୟ ତାଙ୍କୁ ଛାଡି କରି ପଳାଇ ଯାଇଥିଲେ । ଭାଇ ଏବଂ ତାଙ୍କ ପରିବାରବର୍ଗ ଘର ଓ ଜମି କବଜା କରି ନେଇଛନ୍ତି । ସେମାନେ ମୋ ସହିତ ମାରପିଟ କରିଥାନ୍ତି ।

ସବୁ କଥାକୁ ଆଖି ଆଗରେ ରଖି ମୁଁ ମୋର ମୃତ୍ୟୁପରର ସମସ୍ତ କ୍ରିୟାକର୍ମ କରାଇବା ସହ ପ୍ରିୟ ଗ୍ରାମବାସୀଙ୍କୁ ଭୋଜି ଦେଇଛି । ସେ ନିଜ ଜମି ବିcକ୍ରି କରି ଏହାର ଖର୍ଚ୍ଚ ତୁଲାଇଥିଲେ । ନିକଟରେ ମୋ ଦେହ ଖରାପ ହେବା ପରେ ଏହି କଥା ମୁଣ୍ଡକୁ ଆସିଲା ବୋଲି ହାକିମ କହିଛନ୍ତି ।

Comments are closed.