Latest Odisha News

BREAKING NEWS

ପ୍ରସବ ଯନ୍ତ୍ରଣା କମାଇବା ପାଇଁ ପତ୍ନୀ ଗାଇଲେ ଭଜନ ଆଉ ପତି ବଜାଇଲେ ଗୀଟାର

ନୂଆଦିଲ୍ଲୀ: ଆମେରିକାର ସିଏଟେଲରେ ଜଣେ ମହିଳା ତାଙ୍କ ପ୍ରସବ ଯନ୍ତ୍ରଣା କମାଇବା ପାଇଁ ଅଭିନବ ଉପାୟ ବାହାର କରିଥିଲେ । ଯାହା କି ଚର୍ଚ୍ଚାର କାରଣ ସାଜିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଯନ୍ତ୍ରଣା ଅସହ୍ୟ ହେବାରୁ ୩୧ ବର୍ଷୀୟା ବିଫି ହେଲ ଭଜନ ଗାଇବା ଆରମ୍ଭ କରିଥିଲେ । ସେ ପ୍ରାକୃତିକ ଉପାୟରେ ସନ୍ତାନ ଜନ୍ମ କରିବା ପାଇଁ ଚାହୁଁଥିଲେ । ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ସେ ପ୍ରାୟ ୫ ଘଂଟା ଧରି ଭଜନ ଗାଇଥିଲେ । ସେ ସମୟରେ ତାଙ୍କର ଧ୍ୟାନ କେବଳ ଭଜନ ଉପରେ ରହିଥିଲା । ତାଙ୍କୁ ସମର୍ଥନ କରିବା ପାଇଁ ପତି ବେଣ୍ଡନ ଗୀଟାର ବଜାଇଥିଲେ । ଏହି ଅବସରରେ ୨୬ ବର୍ଷୀୟ ମ୍ୟାଡି ୱର୍ଣ୍ଣସ ମଧ୍ୟ ଏହି ସଙ୍ଗୀତ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

BjdElectrycity

ଏକ ସକାରାତ୍ମକ ବାତାବରଣ ଯୋଗୁ ମୁଁ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ଅପେକ୍ଷା ଏହାର ମଜା ଉଠାଇଥିଲି ବୋଲି ମହିଳାଜଣଙ୍କ କହିଛନ୍ତି । ବିଫିଙ୍କ ସମ୍ପୂର୍ଣ୍ଣ ସୁସ୍ଥ ସନ୍ତାନ ଜନ୍ମ ହୋଇଛି । ଏହା ସେମାନଙ୍କ ଦ୍ୱିତୀୟ ସନ୍ତାନ । ୨୦୨୧ରେ ପ୍ରଥମ ସନ୍ତାନ ଜନ୍ମ ଅବସରରେ ଏହି ପନ୍ଥା ଆପଣାଇଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.