Latest Odisha News

BREAKING NEWS

ବ୍ରିଜ୍‌ ତଳୁ ଯୁବତୀଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚାନ୍ଦିପୋଷ ଥାନା କୁମ୍ଭାକେଲା ବ୍ରିଜ୍‌ ତଳୁ ଜଣେ ଯୁବତୀଙ୍କ ଦରପୋଡ଼ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ପରିଚୟ ମିଳିପାରି ନ ଥିଲା ବେଳେ ତଦନ୍ତ କରୁଛି ପୋଲିସ ।

କେହି ଦୁର୍ବୁତ୍ତ ଯୁବତୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତଦେହକୁ ଜବତ କରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟା ଓ ପ୍ରମାଣ ନଷ୍ଟ ନେଇ ଦଫା ଲଗାଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଯୁବତୀଙ୍କ ପରିଚୟ ମିଳିନଥିବାବେଳେ ୭୨ ଘଣ୍ଟା ମୃତଦେହକୁ ରଖାଯିବ ଓ ପରେ ପରିବାର ଲୋକ କିମ୍ବା ସମ୍ପର୍କୀୟ ନ ଆସିଲେ ଶବସତ୍କାର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Comments are closed.