Latest Odisha News

BREAKING NEWS

ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୟାଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ରଣପୁରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ଭୂତଡିହି ଗାଁର ବଳଭଦ୍ର ବଳିଆରସିଂ । ଗୁଣ୍ଡୁରାବାରି ଜଙ୍ଗଲରୁ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ବଳଭଦ୍ରଙ୍କୁ ହତ୍ୟା ପରେ ଗୁଣ୍ଡୁରାବାରି ଜଙ୍ଗଲରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ପ୍ୟାଣ୍ଟ ପକେଟରୁ ଭୋଟର ପରିଚୟପତ୍ର ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.