Latest Odisha News

BREAKING NEWS

ବିଲ ଭିତରୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଠାବ

ବିନିକା(ସୁବର୍ଣ୍ଣପୁର): ବିଲ ଭିତରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ବିଲରେ ପଡିଛି ମୃତଦେହ । କିଛି ଦୂରରେ ଡ୍ରେସ, ଚପଲ, ବ୍ୟାଗ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ଖୋଳତାଡ କରୁଛି । କିଏ ଓ କାହିଁକି ଏଭଳି ବର୍ବରକାଣ୍ଡ କଲା ? ହତ୍ୟାର କାରଣ ଓ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ପୋଲିସ ଆଗରେ ଚ୍ୟାଲେଞ୍ଜ ।

 

Leave A Reply

Your email address will not be published.