ନୂଆଦିଲ୍ଲୀ: ଡାଟା ରିପୋର୍ଟଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱର ଅର୍ଦ୍ଧେକ ଲୋକ ଏବେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । କରୋନା ମହାମାରୀ ଲକଡାଉନ ଯୋଗୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ଉକ୍ତ ରିପୋର୍ଟ ଅନୁସାରେ ୩୯୬ କୋଟି ଲୋକ ଏବେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ବର୍ଷକ ମଧ୍ୟରେ ୧୦ଲକ୍ଷ ଲୋକ ଏଥିରେ ଯୋଗ ଦେଇଛନ୍ତି । ୩୯୧କୋଟି ମୋବାଇଲ ମାଧ୍ୟମରେ ଏହାକୁ ବ୍ୟବହାର କରୁଛନ୍ତି ।
ସେହିପରି ଭାରତରେ ୫୯ ପ୍ରତିଶତ ଲୋକ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ଭାରତର ୧୩୫ କୋଟି ଲୋକଙ୍କ ମଧ୍ୟରୁ ୪୦ କୋଟି ଏହାକୁ ବ୍ୟବହାର କରୁଛନ୍ତି । ହ୍ୱାଟସଆପରେ ୪୦କୋଟି, ଫେସବୁକରେ ୨୮ କୋଟି ଏବଂ ଇନଷ୍ଟଙ୍ଗ୍ରାମରେ ୮ କୋଟି ୮୦ ଲକ୍ଷ ଲୋକ ସମୟ ବିତାଉଛନ୍ତି ।
Comments are closed.