Latest Odisha News

BREAKING NEWS

କରୋନାରେ ଗଲା ଆଉ ୬ ଜୀବନ, ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢ଼ି ଚାଲିଛି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି ।

ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ଅଛନ୍ତି । ଚାରି ଜଣ ପୁରୁଷ ଓ ଦୁଇ ମହିଳାଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମ ଜିଲ୍ଲାର ୪୧ ବର୍ଷୀୟ, ୬୩ ବର୍ଷୀୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି । ସେମାନଙ୍କର ଉଚ୍ଚ ରକ୍ତଚାପ ଥିଲା ।

ସେହିପରି ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିବା ଜିଲ୍ଲାର ଜଣେ ୫୭ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷୀୟ ମହିଳାଙ୍କ ବି ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ସେ ଡାଏବେଟିସ୍ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ଆଉ ଜଣେ ୬୯ ବର୍ଷୀୟ ବୃଦ୍ଧ ବି କରୋନାରେ ମୃତ୍ୟୁବରଣ କରିଛନ୍ତି ।

ଏମାନଙ୍କ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାକୁ ଜଣେ ୮୬ ବର୍ଷୀୟ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ତାଙ୍କପ ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ ଜିଲ୍ଲାରୁ ମୁଣ୍ଡ ନେଲାଣି କରୋନା ।

Leave A Reply

Your email address will not be published.