କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରୁ ଆସିଛି ଏକ ସାଂଘାତିକ ଚିତ୍ର । ଦୂଷିତ ପାଣି ଯୋଗୁଁ କିଡ୍ନି ରୋଗରେ ଛଟପଟ ହେଉଛନ୍ତି ଦେହୁରିନାଳି ଗ୍ରାମବାସୀ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗାଁରେ ଥିବା ନଳକୂଅରୁ ଦୂଷିତ ପାଣି ବାହାରେ। ଏପଟେ ପାଇପ୍ ପାଣି ନିୟମିତ ଆସୁନାହିଁ । ଦିନେ ଆସିଲେ ୮ ଦିନ ବନ୍ଦ ରହୁଛି ।ତେଣୁ ବାଧ୍ୟ ହୋଇ ଦୂଷିତ ନଳକୂଅ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି, ଜିଲ୍ଲାରେ ଅନେକ କିଡ୍ନି ରୋଗୀ ଅଛନ୍ତି । ଖୁବ୍ଶୀଘ୍ର ଦେହୁରିନାଳିରୁ ପାଣି ନମୁନା ସଂଗ୍ରହ କରାଯିବ ଏବଂ ଘରଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
