Latest Odisha News

ପୁରୀ ରେ ହଲମାର୍କ ସୁନା ବାଧ୍ୟତାମୂଳକ

ଭୁବନେଶ୍ୱର: ସୁନା ଗହଣା ବିକ୍ରି ରେ କଳା ବଜାରୀ, ଠକେଇ ରୋକିବା ସକାଶେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗହଣା ଗୁଣବତ୍ତା ଉତ୍ତମନିଶ୍ଚିତ କରିବା ପାଇଁ ବ୍ଯୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସହଲମାର୍କବ୍ଯବସ୍ଥା ରଖିଛି।

ଏବେ ଏହାକୁ ବାଧ୍ଯତାମୂଳକ କରିଛନ୍ତି କେନ୍ଦ୍ର ସରକାର। ଜୁନ୍ ପହିଲାରୁ ଦେଶରେ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ

ରାଜ୍ଯରେ ପୁରୀ ସହ ଦେଶର ମୋଟ ୩୨ ଜିଲ୍ଲାରେ କେବଳ ହଲ୍‌ମାର୍କିଂ ସୁନା ବିକିବାକୁ ବାଧ୍ୟ ହେବେ ଗହଣା ବ୍ୟବସାୟୀ ଏହା ସହ ଦ୍ୱିତୀୟପର୍ଯ୍ୟାୟରେ ୩ଟି ନୂଆ ବର୍ଗ ଅର୍ଥାତ୍ ୨୦, ୨୩ ୨୪ କ୍ୟାରେଟ୍ ସୁନାର ହଲ୍‌ମାର୍କିଂ ହେବ।

୨୦୨୧ ଜୁନ୍ ୨୩ରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ବ୍ରହ୍ମପୁର, ସମ୍ବଲପୁର ଭଦ୍ରକରେ ହଲମାର୍କ ବାଧ୍ଯତାମୂଳକ କରାଯାଇଥିଲା।

ଏହି ପର୍ଯ୍ଯାୟରେ ଦେଶର ମୋଟ ୨୫୬ଟି ଜିଲ୍ଲାରେ ହଲ୍‌ମାର୍କିଂ ବାଧ୍ୟତାମୂଳକ ନିୟମ ଲାଗୁ କରାଯାଇଛି ଏବେ ଏସବୁ ଜିଲ୍ଲାରେ କେବଳ ହଲ୍‌ମାର୍କିଂସୁନା ବିକ୍ରି ହେଉଛି

Leave A Reply

Your email address will not be published.