ନୂଆଦିଲ୍ଲୀ: ହମାସ ମୁଖ୍ୟ ସିନଓ୍ବାରଙ୍କୁ ମାରି ଗଡାଇଛି ଇସ୍ରାଏଲ । ଇସ୍ରାଏଲ ଅକ୍ଟୋବର ୭ ଆକ୍ରମଣ ପଛରେ ମାଷ୍ଟର ମାଇଣ୍ଡ କୁହାଉଥିବା ହମାସ ମୁଖ୍ୟ ୟାହା ସିନଓ୍ବାରଙ୍କୁ ଗୁରୁବାର ଏକ ଅପରେସନରେ ଇସ୍ରାଏଲ ସେନା ନିହତ କରିଥିବା ଦାବି କରିଛି । ତେବେ ଇସ୍ରାଏଲ ସେନାଙ୍କ ଠାରୁ ବଞ୍ଚିବାକୁ ଏକ ବିଲ୍ଡିଂରେ ଲୁଚି ବସିଥିଲା ସିନଓ୍ବାର । ହେଲେ ମୃତ୍ୟୁ ନାମକ ଇସ୍ରାଏଲ ସେନା ଯେମିତି ତାର ବାଟ ଖୋଜି ନେଇଥିଲା । ପୂରା ବିଲ୍ଡିଂକୁ ଧ୍ବଂସ କରିଦେଇଥିଲେ ଇସ୍ରାଏଲ ସେନା । ଫଳରେ ତା ଭିତରେ ସିନଓ୍ବାରଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଇସ୍ରାଏଲ ସେନା ଯେତେବେଳେ ସିନଓ୍ବାରଙ୍କୁ ହତ୍ୟା କରିଥିଲା, ତାହାର କିଛି ସମୟ ପୂର୍ବରୁ ଇସ୍ରାଏଲ ସେନାର ଡ୍ରୋନରେ କଏଦ ହୋଇଥିବା ଭିଡିଓ ଏବେ ସାମ୍ନକୁ ଆସିଛି । ସିନଓ୍ବାରର ମୃତ୍ୟୁ ପୂର୍ବର ସେଇ କେଇଟା ମୂହୂର୍ତ୍ତ । ଯେଉଁଠି କିପରି ସିନଓ୍ବାର ଲୁଚିବସିଥିଲା, ତାହା ସ୍ପଷ୍ଟ ଭାବେ ଜଣାପଡୁଛି, ଆଉ ଡ୍ରୋନ୍ ଦେଖିବା ମାତ୍ରେ ସେ ପ୍ରତିକ୍ରିୟାଶୀଳ ମଧ୍ୟ ହୋଇଛନ୍ତି । ତେବେ ଏହି ଭିଡିଓରେ ବିଲ୍ଡିଂ ଭିତରେ ସିନୱାର ଏକ ସୋଫା ଉପରେ ବାଡ଼ି ଧରି ବସି ରହିଥିବାର ଦେଖିବାକୁ ମିଳୁଛି। ଆଉ ଡ୍ରୋନକୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ବାଡି ଟିକୁ ଡ୍ରୋନ୍ ଆଡକୁ ଫୋପାଡିବାର ଦୃଶ୍ୟ ଦେଖିବାକୁ ମିଳିଛି ।
Raw footage of Yahya Sinwar’s last moments: pic.twitter.com/GJGDlu7bie
— LTC Nadav Shoshani (@LTC_Shoshani) October 17, 2024
ତେବେ ୟାହା ସିନୱାର ନିହତ ହୋଇଥିବା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତେବେ ଅକ୍ଟୋବର ୭ ତାରିଖର ଆମ ଲୋକଙ୍କ ସହ ଯେଉଁ ବ୍ୟକ୍ତି ନରସଂହାର ଘଟାଇଥିଲେ ତାଙ୍କ ଠାରୁ ଆମେ ପ୍ରତିଶୋଧ ନେଇଛୁ । ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।
Comments are closed.