ନୂଆଦିଲ୍ଲୀ: ଆଉ ୪ ଜଣ ଇସ୍ରାଏଲୀ ମହିଳାଙ୍କୁ ଛାଡ଼ିଲା ହାମାସ୍ । ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ, ଏହି ୪ ମହିଳା ଇସ୍ରାଏଲୀ ସେନାର କର୍ମଚାରୀ ହମାସ ଠାରୁ ମୁକ୍ତି ପାଇଛନ୍ତି । ସେମାନେ ହେଲେ ଲିରି ଅଲବାଗ୍, କରିନା ଏରିଏଭ୍, ଡାନିଏଲା ଗିଲବୋଆ ଏବଂ ନାମା ଲେଭି। ୨୦୨୩ ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲରେ ପ୍ରଥମେ ଆକ୍ରମଣ କରିଥିଲା ହାମାସ୍ । ଏକାକାଳୀନ ୫ ହଜାରରୁ ଅଧିକ ରେକଟ୍ ମାଡ଼ କରିଥିଲା ।
ସେତେବେଳେ ଅଢ଼େଇ ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କୁ ହାମାସ୍ ଅପହରଣ କରି ନେଇଥିଲା । ଯେଉଁମାନଙ୍କ ମଧ୍ୟରେ ସେନାର ଏହି ୪ ମହିଳା ଥିଲେ । ଗାଜା ସୀମାରେ ଏମାନେ ମୁତୟନ ଥିବା ବେଳେ ନାହାଲ୍ ଓଜ୍ ମିଲିଟାରୀ ବେସ୍ରୁ ଏମାନଙ୍କୁ ଅପହରଣ କରି ନେଇଥିଲା ହାମାସ୍ । ଇସ୍ରାଏଲୀ ସେନାର ଏହି ୪ ମହିଳାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ଅପହରଣ କରି ନିଆ ଯାଇଥିଲା । ୨୦୨୩ ଅକ୍ଟୋବରରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏବଂ ତୃତୀୟ ମହିଳାଙ୍କ ମୃତଦେହ ଫେରାଇଥିଲା ହାମାସ୍ ।
ଦୀର୍ଘ ୧୫ ମାସ ଧରି ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଲଢ଼େଇ ଜାରି ରହିଥିବା ବେଳେ ଏଥିରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ନେବା ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ହୋଇଛି । କାତାର୍, ଇଜିପ୍ଟ ଏବଂ ଆମେରିକାର ସହଯୋଗରେ ଏହି ଯୁଦ୍ଧବିରତି ହୋଇଥବା ବେଳେ ଗତ ୧୯ ତାରିଖରୁ ଏହା ଆରମ୍ଭ ହୋଇଛି । ୧୯ ତାରିଖରେ ୩ ଇସ୍ରାଏଲୀ ନାଗରିକଙ୍କୁ ଛାଡ଼ିଥିଲା ହାମାସ୍ ।
Comments are closed.