ନୂଆଦିଲ୍ଲୀ: ୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯୩ ସଶସ୍ତ୍ର ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ କର୍ମଚାରୀଙ୍କ ବୀରତା ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ୯୩ ବୀରତା ପୁରସ୍କାର ମଧ୍ୟରେ ରହିଛି ୨ କୀର୍ତ୍ତି ଚକ୍ର ( ୧ ମରଣୋତ୍ତର) ଓ ୧୪ ଶୌର୍ଯ୍ୟ ଚକ୍ର (୩ ମରଣୋତ୍ତର) । ସୈନିକମାନଙ୍କ ଅସାଧାରଣ ବୀରତା ଓ ଅଦମ୍ୟ ସାହସ ପାଇଁ କୀର୍ତ୍ତି ଚକ୍ର ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ପଞ୍ଜାବ ରେଜିମେଣ୍ଟର ମେଜର ମନଜିତ ଓ ଅରଟିଲାରୀ ୨୮ ରାଇଫଲ (ଆରଆର ) ଦିଲବର ଖାନ (ମରଣୋତ୍ତର)ଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ଦିଆଯିବ।
ସଶସ୍ତ୍ର ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୧୪ କର୍ମଚାରୀଙ୍କୁ ୧୪ ଶୌର୍ଯ୍ୟ ଚକ୍ର ଦିଆ ଯିବାକୁ ନିଷ୍ପତ୍ତି ହୋଇଛି। ପୁରସ୍କାର ବିଜେତା ମାନେ ହେଲେ ବିକାଶ ତୋମର, ମୋହନ ରାମ, ରୋହିତ କୁମାର (ମରଣୋତ୍ତର), ପ୍ରକାଶ ତମାଙ୍ଗ, ମେଜର ଆଶିଷ ଦହିୟା, ମେଜର କୁଣାଲ, ମେଜର ସତେନ୍ଦ୍ର ଧନଖଡ, କ୍ୟାପଟେନ ଦୀପକ ସିଂହ (ମରଣୋତ୍ତର), କମାଣ୍ଡେଣ୍ଟ ଏସେଥୁଙ୍ଗ କିକୋନ, ଲେଫ୍ଟନାଣ୍ଟ ଅମଣ ସିଂହ ହଂସ, ସଞ୍ଜୟ ହିଫାବାଇ ଏସା, ବିଜଯ ଏନ କୁଟ୍ଟି, ବିକ୍ରାନ୍ତ କୁମାର ଓ ହିଙ୍ଗଚୁଲେ ।
ମୋଟ ୯୩ ଯବାନ ପାଇବେ ବୀରତା ପୁରସ୍କାର। ୨ କୀର୍ତ୍ତି ଚକ୍ର ଓ ୧୪ ଶୌର୍ଯ୍ୟ ଚକରକୁ ବାଦ ଦେଲେ ବୀରତା କ୍ଷେତ୍ରରେ ୧ ସେନା ପଦକ, ୬୬ ସେନା ମେଡାଲ (୭ ମରଣୋତ୍ତର), ୨ ନୌସେନା ପଦକ (ବୀରତା) ଓ ୮ ବାୟୁ ସେନା ପଦକ (ବୀରତା) ସାମିଲ ରହିଛି।
Comments are closed.