Latest Odisha News

BREAKING NEWS

କେରଳରେ ‘ପାଲେଷ୍ଟାଇନ ବଞ୍ଚାଅ’ ରାଲି: ଭର୍ଚୁଆଲ ମୋଡରେ ଯୋଗ ଦେଲେ ହମାସ ନେତା,ହିନ୍ଦୁବିରୋଧୀ ନାରାରେ କମ୍ପିଲା ସଭାସ୍ଥଳ

ନୂଆଦିଲ୍ଲୀ:କେରଳରେ ମଲ୍ଲପୁରମରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ ନେତା ଖାଲିଦ ମଶେଲ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ । ରାଲିକୁ ସମ୍ବୋଧିତ ବି କରିଥିଲେ । ହିନ୍ଦୁ ବିରୋଧୀ ନାରା ବି ଦେଇଥିଲେ । ଏହି ରାଲିରେ ବୁଲଡୋଜର ହିନ୍ଦୁତ୍ୱକୁ ଉଚ୍ଛେଦ କରିବା ନାରା ମଧ୍ୟ ଦିଆ ଯାଇଥିଲା ।ତେବେ ହମାସ ଆତଙ୍କୀ ନେତାଙ୍କ ଯୋଗଦାନକୁ ନେଇ ତେଜିଛି ରାଜନୀତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ହମାସ ନେତା ଖାଲିଦ ମଶେଲ ଶୁକ୍ରବା କେରଳର ମଲ୍ଲପୁରମ ରାଲିରେ ଯୋଗ ଦେଇଥିଲା । ଏହି ରାଲି ସଲିଡେରିଟି ଯୁବା ଆନ୍ଦୋଳନ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ସଂଗଠନ ଜମାତ-ଏ-ଇସଲାମୀର ଯୁବ ବାହିନୀ । ବିଜେପି ନେତା ତଥା ପ୍ରଦେଶ ଅଧ୍ୟକ୍ଷ ସୁରେନ୍ଦ୍ରନ ହମାସ ନେତାଙ୍କ ଯୋଗଦାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ସୁରେନ୍ଦ୍ରନ କହିଛନ୍ତି, ଏପରି ଘଟଣା ଅତ୍ୟନ୍ତ ଚିନ୍ତାଜନକ ଅଟେ । କେରଳ ପୋଲିସ କୁଆଡେ ଗଲା ? କାହିଁକି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲାନି ?ପାଲେଷ୍ଟାଇନ ବଞ୍ଚାଅ ନାରା ଦେଇ ସେ ଏକ ଆତଙ୍କୀ ସଂଗଠନ ହମାସ ଏବଂ ଏହାର ନେତାଙ୍କୁ ଯୋଦ୍ଧା ରୂପରେ ମହିମାମଣ୍ଡିତ କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.