Latest Odisha News

BREAKING NEWS

ନରମୁଛି କି ହମାସ ! ୨ ଆମେରିକୀୟ ବନ୍ଧକଙ୍କୁ ଛାଡିଲା, ଅନ୍ୟମାନଙ୍କୁ ବି ଛାଡି ଦେବ ବୋଲି ଦେଲା ସୂଚନା

ନୂଆଦିଲ୍ଲୀ: ନରମୁଛି କି ହମାସ ? ବଦଳୁଛି କି ମନୋଭାବ ? ଇତିମଧ୍ୟରେ ବିତିଗଲାଣି ୧୪ ଦିନ । ହଠାତ ଗତକାଲି ବିଳମ୍ବିତ ରାତିରେ ଆମେରିକାର ୨ ବନ୍ଧକଙ୍କୁ ହମାସ ଛାଡିବା ପରେ ଏମିତି କିଛି ପ୍ରଶ୍ନ ଉଠିଛି। ହମାସ ଆତଙ୍କୀ  ଇସ୍ରାଏଲ ସମେତ ଅନେକ ଦେଶର ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛନ୍ତି । ଦୁଇ ଦେଶ ମଧ୍ୟରେ କେମିତି ଯୁଦ୍ଧ ଶେଷ ହେବ ଏବଂ ଶାନ୍ତି ପ୍ରତିଷ୍ଠା ହେବ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି । ଏବେ ଅନ୍ୟ ଦେଶର ମଧ୍ୟସ୍ଥତା ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ୨ ଜଣ ବନ୍ଧକଙ୍କୁ ଛାଡି ଦେଇଛନ୍ତି ହମାସ ଆତଙ୍କୀ । ଆମେରିକୀ ମହିଳାଙ୍କୁ ଛାଡି ଦେବା ପରେ ଶୁକ୍ରବାର ହମାସ ପକ୍ଷରୁ କୁହାଯାଇଛି, ଅନ୍ୟ ନାଗରିକଙ୍କୁ ଛାଡିବା ପାଇଁ କତାର ଏବଂ ମିଶର ମଧ୍ୟସ୍ଥତା କରୁଛନ୍ତି ।

ଗାଜାର ହମାସ ଶାସକ ୨୦୦ ଜଣଙ୍କୁ ବନ୍ଧକ ରଖିଛି । ସେମାନଙ୍କ ମଧ୍ୟରୁ ୨ ଆମେରିକୀୟଙ୍କୁ ଶୁକ୍ରବାର ଛାଡି ଦେଇଛି । ଆହୁରି ଅନ୍ୟ ବନ୍ଧକଙ୍କୁ  ବି ଛାଡି ଦେଇପାରେ । ଇସ୍ରାଏଲ ସରକାରଙ୍କ କହିବା ଅନୁଯାୟୀ, ଜୁଡିଥ ତାଈ ରାନନ ଏବଂ ତାଙ୍କ ଝିଅ ନତାଲି ରୋାନା ରାନନଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହମାସ ଆତଙ୍କୀ ଛାଡି ଦେଇଛନ୍ତି । ତେବେ ତାଙ୍କର ସ୍ଥିତିକୁ  କୌଣସି ଅଧିକ ସୂଚନା ମିଳି ନାହିଁ । ଦୁଇ ନାଗରିକଙ୍କୁ ଛାଡିବା ପରେ ଆମେରିକା ରାଷ୍ଟ୍ରପତି ବାଇଡେନ ଖୁସି ପ୍ରକଟ କରିଛନ୍ତି ଏବଂ ସେମାନଙ୍କ ସହ ଫୋନରେ କଥା ବି ହୋଇଛନ୍ତି ।

ଦୁଇ ମହିଳା ଯେତେବେଳେ ଗାଜା ସୀମାରେ ପହଞ୍ଚିଲେ ସେମାନଙ୍କୁ ଇସ୍ରାଏଲୀ ରାଷ୍ଟ୍ରଦୂତଙ୍କୁ ହସ୍ତାନ୍ତର କରାଗଲା । ପରେ ସେମାନଙ୍କୁ ମଧ୍ୟ ଇସ୍ରାଏଲର ଏକ ସେନା ଆଡ୍ଡାକୁ ନିଆ ଯାଇଥିଲା । ସେଠାରେ ତାଙ୍କ ପରିବାର ପୂର୍ବରୁ ଅପେକ୍ଷା କରି ରହିଥିଲେ ।

ସୂଚନାଥାଉ କି, ଉଭୟେ ସମ୍ପର୍କରେ ମା‘-ଝିଅ । ଅକ୍ଟୋବର ୭ରେ ସେମାନଙ୍କୁ ଇସ୍ରାଏଲରୁ ସେମାନଙ୍କୁ ବନ୍ଧକ ଭାବେ  ନିଆଯାଇଥିଲା ।

Leave A Reply

Your email address will not be published.