Latest Odisha News

BREAKING NEWS

ଏକାନ୍ତବାସରେ ହାମିଲଟନ

ଲଣ୍ଡନ: ଫର୍ମୁଲା ୱାନ ଚାମ୍ପିୟନ ଲୁଇସ ହାମିଲଟନ କରୋନା ଭାଇରସ ଭୟରେ ନିଜକୁ ସେଲଫ ଆଇସୋଲେସନ(ଏକାନ୍ତବାସରେ) ରଖିଛନ୍ତି । ନିକଟରେ ହାମିଲଟନ କିଛି ଲୋକଙ୍କୁ ଭେଟିଥିଲେ। ପରେ ସେହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଛି। ଏହାକୁ ଦେଖି ହାମିଲଟନ ନିଜକୁ ଆଇସୋଲେସନ କରିନେଇଛନ୍ତି। ହେଲେ ତାଙ୍କ ଶରୀରରେ ଏଯାଏ କୌଣସି କରୋନା ଲକ୍ଷଣ ଦେଖାଯାଇନାହିଁ।

ମାର୍ଚ୍ଚ ୪ରେ ହାମିଲଟନ ଲଣ୍ଡନରେ ଆୟୋଜିତ ଏକ ଚ୍ୟାରିଟି ଇଭେଣ୍ଟକୁ ଯାଇଥିଲେ। ଏହି କାର‌୍ୟ୍ୟକ୍ରମରେ ଅଭିନେତା ଇଦ୍ରିସ ଇଲାବ ଓ ସୋଫିଆ ଟ୍ରୁଡ୍ ଯୋଗ ଦେଇଥିଲେ। ସୋଫିଆ ହେଉଛନ୍ତି କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ। ଏହି କାର‌୍ୟ୍ୟକ୍ରମରେ ଇଲାବ ଓ ସୋଫିଆଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏହା ଜଣାପଡ଼ିବା ପରେ ହାମିଲଟନ ମାର୍ଚ୍ଚ ୧୩ରୁ ନିଜକୁ ଆଇସୋଲେସନ କରିନେଇଛନ୍ତି।

Leave A Reply

Your email address will not be published.