Latest Odisha News

BREAKING NEWS

ହସ୍ପିଟାଲ କର୍ମଚାରୀଙ୍କ ପାଇଁ ବାୟୁଜନିତ ସଂକ୍ରମଣରୁ ସତର୍କତା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)

ସ୍ୱିଜରଲ୍ୟାଣ୍ଡ: କରୋନାଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ବାୟୁଜନିତ ସଂକ୍ରମଣରୁ ସତର୍କତା ପାଇଁ ହସ୍ପିଟାଲ କର୍ମଚାରୀଙ୍କୁ ତାଗିଦ କଲା ଡବ୍ଲୁଏଚ୍‌ଓ । ବାୟୁ, ଜଳ ଓ ଖାସ କରି ସଂକ୍ରମିତଙ୍କ ଛିଙ୍କ ଓ କାଶରୁ କୋଭିଡ୍‌-୧୯ ଅଧିକ ମାତ୍ରାରେ ବ୍ୟାପିଥାଏ । ଏହି ସମସ୍ତ ପରିସ୍ଥିତିରେ ସବୁଠୁ ଅଧିକ ଡାକ୍ତର ଓ ନର୍ସମାନେ ବ୍ୟସ୍ତ ରହିଛନ୍ତି ।

ଆମେରିକାର ବିଜନେସ୍ ଟିଭି ସିଏନବିସି ୱେବସାଇଟ୍ ରିପୋର୍ଟ ଅନୁଯାୟୀ ପୂର୍ବରୁ ତମ୍ବା, ଷ୍ଟିଲ୍‌, ପ୍ଲାଷ୍ଟିକ୍‌ ଓ କାର୍ଡବୋର୍ଡରେ ଏହି ଭାଇରସ୍‌ ୨୪ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହୁଥିଲା, ହେଲେ ଏବେ ପ୍ରାୟ ୩ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରୁଛି ।

ବାୟୁ ଛଡା କୁହୁଡିରେ ବି ଏହି ଭାଇରସ୍‌ ନିଜ ଅସ୍ତିତ୍ୱ ବଜାୟ ରଖିପାରେ । ଏପରି ସ୍ଥିତିରେ ହସ୍ପିଟାଲରେ ବ୍ୟବହାର ହେଉଥିବା ଭେଣ୍ଟିଲେଟର ଓ ନିବୁଲାଇଜରକୁ ଯଥା ସମ୍ଭବ ଷ୍ଟେରିଲାଇଜ ରଖିବାକୁ ଡବ୍ଲୁଏଚ୍‌ଓ ନିର୍ଦ୍ଦେଶ ଦେଇଛି । ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ନର୍ସମାନେ ସବୁଠୁ ଅଧିକ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥାନ୍ତି । ଅଧିକାଂଶ ସାଧାରଣ ମାସ୍କ ପିନ୍ଧୁଥିବାବେଳେ ସେମାନଙ୍କୁ N95 ମାସ୍କ ପିନ୍ଧିବାକୁ ତାଗିଦ୍ କରିଛି ଡବ୍ଲୁଏଚ୍‌ଓ । ଏହି ମାସ୍କ ୯୫% ଜଳ ଓ ବାୟୁଜନିତ ପାର୍ଟିକଲକୁ ଅଟକାଇପାରେ ।

Leave A Reply

Your email address will not be published.