ରାୟଗଡା : ଟିପ୍ପର ଜାମ ହେବା ଯୋଗୁଁ କଟିଲା ଜଣେ କର୍ମଚାରୀଙ୍କ ହାତ । ଗତକାଲି ରାତିରେ ଜେ କେ ପେପର ମିଲର ଜଣେ କର୍ମଚାରୀଙ୍କର ହାତ କଟିଯାଇଛି ।କାମ କରୁଥିବା ସମୟରେ କନବେୟାର ବେଲ୍ଟ ଜାମ ହେବା ଯୋଗୁଁ ଜଣେ ଠିକା କର୍ମଚାରୀଙ୍କ ବାମ ହାତ କଟିଯାଇଛି ।
ଖବର ପାଇ ଅଗ୍ନିସମ କର୍ମଚାରୀ ପହଁଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଜେକେ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗରେ ଭର୍ତି କରିଥିଲେ ।ଏବଂ ପରେ ତାକୁ ରାୟଗଡା ସଦର ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି ।
ଗୁରୁତର ଠିକା କର୍ମଚାରୀ ହୀରାଲାଲ ଯାଦବ ସେ କମଲ ସିଂ ପ୍ରାଇଭେଟ କମ୍ପାନୀ ରେ ଠିକା ଭାବେ କାମ କରୁଥିଲେ ।ତାଙ୍କୁ ଜେ କେ କମ୍ପାନୀ ତରଫରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଜେ କେ ପେପର ମିଲ କର୍ମଚାରୀ ସଙ୍ଘ ଦାବି କରିଛି ।
Comments are closed.