କେନ୍ଦୁଝର: ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ହେଲେ ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣି । ଜୋଡାନ ଠାରେ ଆଗାମୀ ଏସିଆନ ଜୁନିୟର ଚମ୍ପିଆନସିପ୍ ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ । ସେନେଇ ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଣୟ ।
ପ୍ରଣୟ ୧୯୮୮ ମସିହାରୁ ହ୍ୟାଣ୍ଡବଲ ଖେଳ ଆରମ୍ଭ କରି ୨୦୦୪ରେ ଜାତୀୟ ରେଫରୀ, ୨୦୧୧ରେ ଅନ୍ତର୍ଜାତୀୟ ରେଫରି ଭାବେ କାମ କରିଥିଲେ । ଏହା ସହ ଓଡ଼ିଶା ଦଳକୁ ପ୍ରଶିକ୍ଷଣ ଦେଉଥିଲେ । ତାଙ୍କ ସମୟରେ ଓଡ଼ିଶା ଦଳ ବହୁବାର ପ୍ରି-କ୍ଵାଟର ଓ କ୍ଵାଟର ଫାଇନାଲକୁ ଯାଇଛି । ଏଣୁ ଏ ସବୁକୁ ଅନୁଧ୍ୟାନ କରି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଏହି ନିଯୁକ୍ତି ଦେଇଛି ।
Comments are closed.