Latest Odisha News

BREAKING NEWS

ଭୁବନେଶ୍ବର ରେଳ ଷ୍ଟେସନରେ ହସ୍ତତନ୍ତ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ‘ଆତ୍ମନିର୍ଭର ଭାରତ’ର ପ୍ରତୀକ ହେଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ । ଭୁବନେଶ୍ବର ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ ଓ ଭାରତ ସରକାରଙ୍କ ସହଯୋଗରେ ଷ୍ଟଲ ଗୁଡିକ ସ୍ଥାପିତ କରାଯାଇଛି । ସେହିପରି ଆଉ ଏକ ଷ୍ଟଲ ପୁରୀ ରେଳ ଷ୍ଟେସନରେ ସ୍ଥାପନ କରାଯିବ । ଭାରତର ସ୍ବାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ‘ଆଜାଦୀ କା ଅମୃତ ମହୋତ୍ସବ’ ୧୫ ଅଗଷ୍ଟ ୨୦୨୧ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଭାରତୀୟ ରେଳବାଇ ଦ୍ବାରା ଏକ ବର୍ଷ ପୂର୍ତ୍ତି ଉତ୍ସବ ଧାର୍ଯ୍ୟ କରାଯାଇଛି ।

ଏହି ଉତ୍ସବର ଏକ ଅଂଶ ଭାବରେ ସମଗ୍ର ଭାରତୀୟ ରେଳରେ ୭୫ ଷ୍ଟେସନରେ ହସ୍ତତନ୍ତ, ଖଦିର ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ ‘ଆତ୍ମନିର୍ଭର ଭାରତ’ର ପ୍ରତୀକ ଭାବରେ ଖୋଲିବା ପାଇଁ ଚିହ୍ନିତ ହୋଇଛି । ଏହି ଉତ୍ସବରେ ଭୁବନେଶ୍ବର ରେଳ ଷ୍ଟେସନରେ ହସ୍ତତନ୍ତ, ଖଦିର ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ୍, ଖଦି ଏବଂ ଭିଲେଜ୍ ଇଣ୍ଡଷ୍ଟ୍ରି କମିଶନ ଓ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ସ୍ଥାପିତ ହୋଇଛି । ଏହି ଷ୍ଟଲରେ ପ୍ରଦର୍ଶନୀ ତଥା ବିକ୍ରୟ ପାଇଁ ଖଦି ଏବଂ ହସ୍ତତନ୍ତର ବିଭିନ୍ନ ପୋଷାକ ରହିବ । ଆଜିଠାରୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଭୁବନେଶ୍ବର ଷ୍ଟେସନ ନିର୍ଦ୍ଦେଶକ ସି. ଆର୍. ନାୟକ, କେଭିଆଇସି ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ହସ୍ତତନ୍ତ ଖଦି ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ୍ ଉଦଘାଟିତ ହୋଇଛି ।

Leave A Reply

Your email address will not be published.