Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ଯୋଗ ଦେଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା ଅସୁସ୍ଥ ଥିବା ଖବର ସମସ୍ତ କ୍ରୀଡାପ୍ରେମୀଙ୍କୁ ବ୍ୟସ୍ତବିବ୍ରତ କରାଇ ପକାଇଥିଲା । ଏହାର ମୂଖ୍ୟ କାରଣ ଥିଲା କରୋନା ଭୟ… । ଅବଶ୍ୟ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ମନରେ ସଂଶୟ ରହିଥିଲା । ତେବେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟି ପାର୍ଟିରେ ନୀରଜ ଯୋଗ ଦେଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ସମସ୍ତଙ୍କ ସହ ହସ ଖୁସିରେ ଭେଟ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ । ନୀରଜଙ୍କ ବ୍ୟତୀତ ଭାରତ ପାଇଁ ପଦକ ଜିତିଥିବା ମୀରାବାଇ ଚାନୁ, ରବି ଦାହିୟା, ପିଭି ସିନ୍ଧୁ, ଲଭଲିନା ବୋର୍ଗୋହେନ, ବଜରଙ୍ଗ ପୁନିଆ ଓ ଭାରତୀୟ ପୁରୁଷ ହକି ଦଳ ଏଥିରେ ଯୋଗ ଦେଇଥିଲେ । ଅଲିମ୍ପିକ୍ସ ଇତିହାସରେ ଭାରତର ଏଥର ଶ୍ରେଷ୍ଠ ପ୍ରଦର୍ଶନ କରିଛି ।

Leave A Reply

Your email address will not be published.