Latest Odisha News

BREAKING NEWS

ଓଡ଼ିଶା ଆସିବ ‘ଡାକୋଟା’; ଏଏଆଇଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବ ସ୍ୱର୍ଗତ ବିଜୁ ବାବୁଙ୍କ ସାହସ ଓ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଏଆଇକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଗତ ୧୬ରେ ଏନେଇ ଲୋକସଭା ଭବନରେ ବୈଠକ ମଧ୍ୟ ହୋଇଥିଲା ।
ଏହି ବିମାନଟି ଏବେ କୋଲକାତାରେ ଅଛି ।

ତେବେ ଏହାକୁ ଆଣିବାକୁ ଦୀର୍ଘ ଦିନ ହେବ ରାଜ୍ୟ ସରକାର ଉଦ୍ୟମ କରୁଥିଲେ । ତେବେ ଡାକୋଟା ଆସିଲେ କେଉଁଠି ରଖାଯିବ, ତାକୁ ନେଇ ରାଜନୀତି ଜୋର୍ ଧରିଛି । କଟକର ଆନନ୍ଦ ଭବନରେ ହିଁ ବିଜୁବାବୁଙ୍କ ଡାକୋଟା ବିମାନକୁ ରଖାଯିବାକୁ ନିଷ୍ପତି ନିଆଯାଇଛି ।

୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍‌କାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ସେଥିପାଇଁ ଏହି ବିମାନକୁ ବିଜୁ ବାବୁଙ୍କ ବୀରତ୍ୱର ଗାଥା ବୋଲି କୁହାଯାଉଛି ।

Leave A Reply

Your email address will not be published.