Latest Odisha News

BREAKING NEWS

ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀ ଓ ସୋହେଲ ଖତୁରିୟା ଆପୋଷ ବୁଝାମଣା ସହ ଏଥର ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । ମୁମ୍ବାଇର ଫ୍ୟାମିଲି କୋର୍ଟ ଉଭୟଙ୍କୁ ମ୍ୟୁଚୁଆଲ ଡିଭୋର୍ସ ଦେଇଛି । ୨୦୨୪ରୁ ଉଭୟ ଏକତ୍ର ରହୁ ନ ଥିଲେ । ସେମାନେ କେବଳ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାକୁ ଅପେକ୍ଷା କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହଂସିକା ଏଲିମୋନୀ ଦାବୀ କରି ନାହାନ୍ତି । ସହମତରେ ଛାଡପତ୍ର ଦେବା ପରେ ଏବେ ଉଭୟ ନିଜସ୍ୱ ଶୈଳୀରେ ଆଗକୁ ବଢ଼ିବାକୁ ଯାଉଛନ୍ତି । ୨୦୨୨ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ରାଜସ୍ଥାନର ଜୟପୁରର ଏକ ଐତିହାସିକ ଦୁର୍ଗରେ ଏହି ବିବାହ ଉତ୍ସବ ଧୂମଧାମରେ ପାଳନ କରାଯାଇଥିଲା । ବିବାହର କିଛି ଦିନ ପରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ଧୀରେ ଧୀରେ ଅଲଗା ରହିବାକୁ ସେମାନେ ପସନ୍ଦ କରିଥିଲେ । ହଂସିକା ଏବେ ତାଙ୍କ ଫିଲ୍ମ କ୍ୟାରିୟର ଉପରେ ଧ୍ୟାନ ଦେବେ । ସେ କେତେକ ଫିଲ୍ମ ସାଇନ କରିବା ସହ ୱେବ ପ୍ରୋଜେକ୍ଟସରେ ମଧ୍ୟ କାମ କରୁଛନ୍ତି ।

Leave A Reply

Your email address will not be published.